ICU ବେଡରୁ ରୋଗୀ ଖସି ପଡିବାର ଘଟଣାରେ କାର୍ଯ୍ୟାନୁଷ୍ଠାନ

ICU ବେଡରୁ ରୋଗୀ ଖସି ପଡିବାର ଘଟଣାରେ କାର୍ଯ୍ୟାନୁଷ୍ଠାନ

କଟକ: ଏସସିବି ICU ବେଡରୁ ରୋଗୀ ଖସି ପଡିବାର ଘଟଣା । ନିଆଯାଇଛି ଦୃଢ କାର୍ଯ୍ୟାନୁଷ୍ଠାନ । କାର୍ଯ୍ୟରେ ଅବହେଳା ପାଇଁ ଡ୍ୟୁଟିରୁ ହଟିଲେ ଦାୟିତ୍ୱରେ ଥିବା କର୍ମଚାରୀ । ବଦଳିଲେ ପ୍ରଫେସର ଓ ୩ ନର୍ସିଂ ଅଫିସର । କାର୍ଯ୍ୟାନୁଷ୍ଠାନ ନେଇ ସୂଚନା ଦେଇଛନ୍ତି SCB ଅତିରିକ୍ତ ଅଧୀକ୍ଷକ । ଏସସିବି ଆଇସିୟୁ ବେଡ଼ରୁ ଜଣେ ମହିଳା ରୋଗୀ ଶୋଇଥିବା ବେଡର ବାଡ଼ା ଭାଙ୍ଗି ତଳକୁ ଖସିପଡୁଥିବାର ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା ।  ଆଇସିୟୁ ଭିତରେ ରୋଗୀମାନଙ୍କୁ କେମିତି ଅବହେଳା କରାଯାଉଛି ତାର ନଗ୍ନ ଚିତ୍ର ସାମ୍ନାକୁ ଆସିବା ପରେ ରୋଗୀ ଓ ରୋଗୀଙ୍କ ସଂପର୍କୀୟ ମହଲରେ ଆଲୋଡ଼ନ ସୃଷ୍ଟି କରିଥିଲା।

ସମ୍ବନ୍ଧିତ ଖବର  କମିଶନରେଟ ପୋଲିସ ପକ୍ଷରୁ ଟ୍ୱିନ ସିଟିରେ ହୋଲି ପାଳନ ପ୍ରସ୍ତୁତି ବୈଠକ

ଏହି ଅଭାବନୀୟ ଘଟଣାରେ ଡ୍ୟୁଟିରେ ଥିବା ଡାକ୍ତର, ନର୍ସିଂ ଅଫିସର ଏବଂ ଅନ୍ୟ କର୍ମଚାରୀମାନେ କର୍ତ୍ତବ୍ୟରେ ଅବହେଳା କରିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି । କର୍ତ୍ତବ୍ୟରେ ଅବହେଳା କରିଥିବା ଜଣେ ପ୍ରଫେସରଙ୍କ ସମେତ ନର୍ସିଂ ଇନ୍‌ଚାର୍ଜ, ଦୁଇ ଜଣ ନର୍ସିଂ ଅଫିସର, ୩ ଜଣ ସୁରକ୍ଷା କର୍ମୀଙ୍କୁ ଅଧୀକ୍ଷକ ବଦଳି କରିଛନ୍ତି । ପୂର୍ଣ୍ଣାଙ୍ଗ ତଦନ୍ତ ରିପୋର୍ଟ ଆସିବା ପରେ ଡ୍ୟୁଟିରେ ଥିବା ନର୍ସିଂ ଅଫିସରଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି ।

ସମ୍ବନ୍ଧିତ ଖବର ହିଟ୍ ୱେଭକୁ ନେଇ ଏସଓପି ଜାରି କଲା ଉଚ୍ଚ ଶିକ୍ଷା ବିଭାଗ

ଆଇସିୟୁରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ଏଭଳି ଅବସ୍ଥା ବେଳେ କେହି କେମିତି ପାଖରେ ନଥିଲେ ତାହା ଚିନ୍ତାର ବିଷୟ। ଦାୟିତ୍ବରେ ଥିବା ଡାକ୍ତର- ନର୍ସ ଓ ଆଟେଣ୍ଡାଣ୍ଟଙ୍କ ଖାମଖିଆଲି ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର ପୃଥକ ସ୍ଥାନରେ ଦୁର୍ଘଟଣା ଘଟି ୬ ମୃତ ୩ ଆହତ

Tags: