କ୍ରସ ଭୋଟିଂ ପାଇଁ ଆକ୍ସନ ନିଆଯାଉ - ଅଶ୍ୱିନୀ
ଭୁବନେଶ୍ୱର : ହଟଚମଟ ଭିତରେ ସରିଛି ରାଜ୍ୟସଭା ଇଲେକ୍ସନ । ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିଜେପିରୁ ୩ ଏବଂ ବିଜେଡିରୁ ଜଣେ ଯାଇଛନ୍ତି ରାଜ୍ୟସଭା । ୪ର୍ଥ ଆସନରୁ ପ୍ରାର୍ଥୀ ହୋଇଥିବା ବିରୋଧୀ ସମର୍ଥିତ କମନ କ୍ୟାଣ୍ଡିଡେଟ ଡ଼ଃ. ଦତ୍ତେଶ୍ୱର ହୋତା ଏବଂ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ନେଇ ବିଧାୟକଙ୍କ ମଧ୍ୟରେ ଛକ୍କାପଞ୍ଝା ଲାଗି ରହିଥିଲା । ଶେଷରେ କ୍ରସ ଭୋଟିଂ ଯୋଗୁଁ ଦିଲ୍ଲୀପ ରାୟ ପିନ୍ଧିଛନ୍ତି ବିଜୟ ମୁକୁଟ । ଉଭୟ କଂଗ୍ରେସ ଓ ବିଜେଡି ବିଧାୟକଙ୍କ କ୍ରସ ଭୋଟିଂକୁ ନେଇ ୧୨ ବିଧାୟକଙ୍କୁ ନିଲମ୍ବନ କରାଯାଇଛି । ସେପଟେ କ୍ରସ ଭୋଟିଂ କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର । ସେ କହିଛନ୍ତି କ୍ରସ ଭୋଟିଂକୁ ନେଇ ଆକ୍ସନ ହେଉ । ବିଜେଡି ସଭାପତି ଯେଉଁ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ତାହା ସ୍ୱାଗତଯୋଗ୍ୟ । ଦଳର ନୀତି ଆଦର୍ଶ ରହିଛି ଏହା ବିରୋଧରେ ଗଲେ ଦଳ ନିମ୍ନଗାମୀ ହୁଏ । ବହିଷ୍କାର ଦ୍ୱାରା ବିଶୃଙ୍ଖଳା ବଢୁଛି । ତେଣୁ ସେ ଧୀରେ ଧୀରେ ଆକ୍ସନ ନେଉଛନ୍ତି ।



