ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ

 ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ
Samaya Live News Picture
Published On

ଅନୁଗୁଳ : ଅନୁଗୁଳ ପୋକ୍ସୋ କୋର୍ଟର ବଡ଼ ରାୟ । ନାବାଳିକା ଦୁଷ୍କର୍ମ ଓ ହତ୍ୟାକାରୀକୁ  ଫାଶୀଦଣ୍ଡା ଦେଶ I ମାମଲାର ଶୁଣାଣି କରି ୧୩ ମାସ ମଧ୍ୟରେ ଏହି ରାୟ ଶୁଣାଇଛନ୍ତି ଅନୁଗୁଳ ପୋକ୍ସୋ କୋର୍ଟ । ୪ ବର୍ଷ ୧୦ ମାସର ଜଣେ କୋମଳମତି ଶିଶୁକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ବାବୁଲା ଜେନା (୪୦)କୁ ଫାଶୀ ଦଣ୍ଡ ଶୁଣାଇଛନ୍ତି ପୋକ୍ସୋ କୋର୍ଟ ।  ଡିଏନଏ ରିପୋର୍ଟ, ଫରେନ୍ସିକ ତଥ୍ୟ ଓ ସାକ୍ଷ୍ୟ ପ୍ରମାଣ ଆଧାରରେ ଦୋଷୀ ସାବ୍ୟସ୍ତ ହୋଇଛି ଅଭିଯୁକ୍ତ । ୨୦୨୫ ମାର୍ଚ୍ଚ ୧୪ରେ ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ଘଟିଥିଲା ଏହି ଅଭାବନୀୟ ଘଟଣା ।

ଘଟନାନୁସାରେ, ୨୦୨୫ ମସିହା ମାର୍ଚ୍ଚ ୧୪ ତାରିଖରେ ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳର ଜଣେ ୪ ବର୍ଷ ୧୦ ମାସର ନାବାଳିକା ଝିଅ ନିଖୋଜ ଥିବା ନେଇ ଅଭିଯୋଗ ଆଣିଥିଲେ ପରିବାର ଲୋକେ। ନିଶା ଶିଳ୍ପାଞ୍ଚଳ ଥାନା ପୁଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲା । ୧୫ ତାରିଖରେ ଘର ପାଖ ମହୁଲ ଗଛ ନିକଟରେ ନାବାଳିକାର ମୃତଦେହ ଉଦ୍ଧାର ହୋଇଥିଲା । ପୋଷ୍ଟମର୍ଟମ ରିପୋର୍ଟରୁ ନାବାଳିକାକୁ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା କରାଯାଇଥିବା ନେଇ ଜଣାପଡ଼ିଥିଲା।

ଏ ଘଟଣାରେ ପୁଲିସ ୧୭ ତାରିଖରେ ଅନୁଗୁଳ ଜିଲ୍ଲା ଜରପଡା ଥାନା ଜେରେଙ୍ଗ ଗାଁର ୪୦ ବର୍ଷୀୟ ବାବୁଲା ଜେନାକୁ ଗିରଫ କରିଥିଲା । ପୋକ୍ସୋ କୋର୍ଟ ଏ ମାମଲାର ବିଚାର କରି ଡିଏନ୍‌ଏ ରିପୋର୍ଟ, ଫରେନ୍ସିକ ତଥ୍ୟ ଓ ସାକ୍ଷ୍ୟ ପ୍ରମାଣ ଆଧାରରେ ବାବୁଲାକୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜି ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। 

Tags: