ମା' ଝିଅଙ୍କୁ ଏସିଡ ମାଡ଼ ଅଭିଯୁକ୍ତକୁ ୭ବର୍ଷ ଜେଲ ଦଣ୍ଡାଦେଶ
କୋଣାର୍କ : ମା'-ଝିଅଙ୍କୁ ଏସିଡ୍ ମାଡ଼ ମାମଲାରେ ଅଭିଯୁକ୍ତକୁ ୭ ବର୍ଷ ସଶ୍ରମ କାରାଦଣ୍ଡ । ଅଭିଯୁକ୍ତ ବବିନା ସାଥୁଆଙ୍କୁ ୭ବର୍ଷର ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ପୁରୀ ଜିଲ୍ଲା ଦୌରାଜଜ କୋର୍ଟ । ଏହା ସହ ୫ହଜାର ଟଙ୍କା ଜୋରିମାନା କରାଯାଇଛି । ଜୋରିମାନା ଅନାଦେୟ ହେଲେ ଅଧିକ ସଜ୍ଜା ଭୋଗିବେ ବୋଲି ରେ ଶୁଣାଇଛନ୍ତି କୋର୍ଟ
ଘଟନାନୁସାରେ, ୨୦୨୪ ମସିହା ଅପ୍ରେଲ ମାସରେ ପୁରୀ ଜିଲ୍ଲା ବାଲଙ୍ଗା ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିଲା । ଅଭିଯୁକ୍ତ ବାବିନା ସାଥୁଆ ବଳଙ୍ଗା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ ତଥା ବିବାହ ପ୍ରସ୍ତାବ ଦେଇ ପ୍ରତ୍ୟାଖ୍ୟାତ ହେବା ପରେ ଯୁବତୀ ଓ ତାଙ୍କ ମା'ଙ୍କ ଉପରକୁ ଏସିଡ୍ ମାଡ଼ କରିଥିଲା ।
ନିମାପଡ଼ା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଆଧାର କରି ଅଭିଯୁକ୍ତକୁ ଭାରତୀୟ ଦଣ୍ଡବିଧି ସଂହିତା ଧାରା 326(B) ଅନୁଯାୟୀ ୫ ବର୍ଷ ଜେଲ୍ ଦଣ୍ଡ ଓ ୫,୦୦୦ ଟଙ୍କା ଜରିମାନା ଏବଂ ଧାରା ଏବଂ ଜୋର କରି ଘରେ ପଶିବା ଅପରାଧରେ ଧାରା ୪୫୦ ଅନୁଯାୟୀ ଆଉ ୨ ବର୍ଷ ଅଧିକ ଜେଲ୍ ଦଣ୍ଡ ସହ ୧,୦୦୦ ଟଙ୍କା ଜରିମାନା ଶୁଣାଇଛନ୍ତି ।ଜରିମାନା ଅନାଦେୟ ହେଲେ ଅଭିଯୁକ୍ତକୁ ଅଧିକ ଜେଲ୍ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।




