କୁଆଖାଇରେ ଅଘଟଣ : ଗାଧୋଇବାବେଳେ ବୁଡି ଯାଇ ୨ ନିଖୋଜ
କଟକ:କୁଆଖାଇରେ ପୁଣି ଅଘଟଣ I ଗାଧୋଇବା ବେଳେ ବୁଡି ଯାଇ ଦୁଇ ଯୁବକ ନିଖୋଜ । ଘଟଣାଘଟିଛି କଟକ ପ୍ରତାପନଗରୀ ନିକଟ କୁଆଖାଇ ଘାଟରେ I ଉଦ୍ଧାର ପାଇଁ ସଦର ଥାନା ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ୟମ ଜାରି ରଖିଛନ୍ତି। ଘଟଣାନୁସାରେ, ପାଞ୍ଚ ଜଣ ସାଙ୍ଗ ଏକାଠି ହୋଇ ପ୍ରତାପନଗରୀ ନିକଟରେ ଥିବା କୁଆଖାଇ ଘାଟରେ ଗାଧୋଉ ଥିଲେ I ସେହି ସମୟରେ ଚୋରାବାଲି ରେ ଗୋଡ଼ ଖସି ଯିବାରୁ ହଠାତ ଜଣେ […]
କଟକ:କୁଆଖାଇରେ ପୁଣି ଅଘଟଣ I ଗାଧୋଇବା ବେଳେ ବୁଡି ଯାଇ ଦୁଇ ଯୁବକ ନିଖୋଜ । ଘଟଣାଘଟିଛି କଟକ ପ୍ରତାପନଗରୀ ନିକଟ କୁଆଖାଇ ଘାଟରେ I ଉଦ୍ଧାର ପାଇଁ ସଦର ଥାନା ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ୟମ ଜାରି ରଖିଛନ୍ତି।
ଘଟଣାନୁସାରେ, ପାଞ୍ଚ ଜଣ ସାଙ୍ଗ ଏକାଠି ହୋଇ ପ୍ରତାପନଗରୀ ନିକଟରେ ଥିବା କୁଆଖାଇ ଘାଟରେ ଗାଧୋଉ ଥିଲେ I ସେହି ସମୟରେ ଚୋରାବାଲି ରେ ଗୋଡ଼ ଖସି ଯିବାରୁ ହଠାତ ଜଣେ ପରେ ଜଣେ ଭାସି ଯାଇଥିଲେ I ହଠାତ୍ ପାଞ୍ଚ ଜଣ ସାଙ୍ଗ ପାଣିରେ ଭାସିଯାଇଥିଲେ । ତୁରନ୍ତ ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଦୁଇ ଜଣ ନିଖୋଜ ଅଛନ୍ତି ।
ନିଖୋଜ ୨ ଯୁବକଙ୍କ ପଟିଆ ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କ ପରିଚୟ ମିଳିପାରି ନାହିଁ। ବ୍ରିଜ୍ ଉପରେ ୨ଟି ବାଇକ୍ ରହିଛି । ନିଖୋଜ ଯୁବକଙ୍କୁ ଉଦ୍ଧାର ପାଇଁ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି ।




