ବାଣୀବିହାରରେ ABVP-BCJD ପ୍ରାର୍ଥୀ ମୁହାଁମୁହିଁ

ଅଣଛାତ୍ରଙ୍କ ପ୍ରବେଶ ନେଇ ଉତ୍ତେଜନା

ବାଣୀବିହାରରେ ABVP-BCJD ପ୍ରାର୍ଥୀ ମୁହାଁମୁହିଁ
Samaya Live News Picture
Published On

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଉତ୍ତେଜନା । ହ୍ୱାଇ ଆଇ ଷ୍ଟାଣ୍ଡ ଫୋର ପୂର୍ବରୁ ମୁହାଁମୁହିଁ ହୋଇଛନ୍ତି ଦୁଇ ବିପକ୍ଷ ABVP-BCJD ପ୍ରାର୍ଥୀ । ଏପରିକି ସଭାସ୍ଥଳରେ ଚେୟାର ମାଡ଼ ହୋଇ ରକ୍ତାକ୍ତ ପରିସ୍ଥିତି ସୃଷ୍ଟି ହୋଇଥିଲା ।  କ୍ୟାମ୍ପସ ଅଡିଟୋରିୟମ ଭିତରେ ଚେୟାର ଫିଙ୍ଗାଫୋପଡ଼ାକୁ ନେଇ ଉତ୍ତେଜନା ବୃଦ୍ଧି ପାଇବା ସହ ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ଜୋରଦାର ନାରାବାଜି ଓ ଛକାପଞ୍ଝା ଦେଖିବାକୁ ମିଳିଛି । ଅଣଛାତ୍ରଙ୍କ ପ୍ରବେଶକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା । ଘଟଣା ସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରଯାଇଛି । ଅଣଛାତ୍ରଙ୍କୁ ଘଉଡାଇବା ପାଇଁ ପୋଲିସକୁ ନାକେଦମ ହେବାକୁ ପଡିଛି । ଅଣଛାତ୍ରଙ୍କୁ କ୍ୟାମ୍ପସ ଛାଡିବାକୁ କହିଛନ୍ତି ସିପି । ଏନେଇ ସମସ୍ତ ପ୍ରାର୍ଥୀଙ୍କ ସହଯୋଗ ଲୋଡିଛନ୍ତି ସିପି ଏବଂ ଭୁବନେଶ୍ୱର ଡିସିପି । କ୍ୟାମ୍ପସ ପରିସରରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସମସ୍ତ ପ୍ରାର୍ଥୀ ମାନଙ୍କୁ ନିବେଦନ କରାଯାଇଛି । ଅଣଛାତ୍ରମାନେ କ୍ୟାମ୍ପସରୁ ବାହାରିବା ମାତ୍ରେ ହିଁ ‘ହ୍ବାଏ ଆଇ ଷ୍ଟାଣ୍ଡ ଫର୍‌’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

 

Tags: