ଏବିଡିଓଙ୍କୁ ଦୁର୍ବ୍ୟବହାର ଘଟଣା , ଟାଙ୍ଗୀ ବ୍ଲକ କର୍ମଚାରୀଙ୍କ କଲମଛାଡ଼ ଆନ୍ଦୋଳନ
ଚୌଦ୍ୱାର : କାର୍ଯ୍ୟରତ ଟାଙ୍ଗି ବ୍ଳକ ଏବିଡିଓଙ୍କୁ ଅରିନ୍ଦମ ରାୟଙ୍କ ଦୁର୍ବ୍ୟବହାର ଘଟଣା । କାର୍ଯ୍ୟାନୁଷ୍ଠାନ ଦାବି କରି ଟାଙ୍ଗୀ ବ୍ଲକର ସମସ୍ତ କର୍ମଚାରୀ କଲମ ଛାଡ଼ ଆନ୍ଦୋଳନ କରିଛନ୍ତି । ଅଭିନେତାରୁ ନେତା ହୋଇଥିବା ଅରିନ୍ଦମ ରାୟ ଓ ଅଭୟ ବାରିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି କର୍ମଚାରୀ ।
କାର୍ଯ୍ୟାଳୟକୁ ନଯାଇ କାର୍ଯ୍ୟାଳୟ ପରିସରରେ ଶାନ୍ତିପୂର୍ଣ୍ଣ ଭାବେ ବସି ରହିଛନ୍ତି । ଅନ୍ୟପଟେ ବ୍ଳକ ସମ୍ମୁଖରେ ବିଜେଡ଼ି ପକ୍ଷରୁ ମଧ୍ୟ ୨ ନେତାଙ୍କୁ ଗିରଫ ଦାବିରେ ପ୍ରତିବାଦ କରିଛନ୍ତି । ବ୍ଲକ ପରିସର ସମ୍ପୂର୍ଣ୍ଣ ପୁଲିସ୍ ଛାଉଣୀ ଦେଖିବାକୁ ମିଳିଛି । ସୁରକ୍ଷା ପାଇଁ ୨ ପ୍ଲାଟୁନ ପୁଲିସ୍ ଫୋର୍ସ ସହ ଡିଏସପି ଏବଂ ଟାଙ୍ଗି ଥାନା ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି । ଏହି ଘଟଣାକୁ ନେଇ ବ୍ଲକ୍ ଚେୟାରମ୍ୟାନ ମିନାକ୍ଷୀ ଦାସ ଥାନାରେ ଅଭିଯୋଗ କରିଛନ୍ତି ।
Tags:



