ଫେବୃଆରୀ ୧୬ରୁ ଆଧାର ଅଭିଯୋଗ ଶୁଣାଣି ଆରମ୍ଭ
By: Samaya Live News
ଭୁବନେଶ୍ଵର : ଫେବୃଆରୀ ୧୬ ତାରିଖରୁ ଆରମ୍ଭ ହେବ ଆଧାର ସମ୍ବନ୍ଧୀୟ ଅଭିଯୋଗ ଶୁଣାଣି। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ତରଫରୁ ହେବ ଶୁଣାଣି । ଏଥିପାଇଁ ଇଚ୍ଛୁକବ୍ୟକ୍ତି ଓକାକ ପୋର୍ଟାଲ https://www.ocac.in ରେ ଦିଆଯାଇଥିବା ଲିଙ୍କ ମାଧ୍ୟମରେ ପଞ୍ଜିକରଣ କରିବାକୁ ପଡ଼ିବ। ଓକାକ ଟାୱାର, ପଠାଣି ସାମନ୍ତ ପ୍ଲାନେଟୋରିଅମ ପାର୍ଶ୍ଵ ଗେଟ୍ ଠାରେ ଶୁଣାଣି କରାଯିବ।
ସମ୍ବନ୍ଧିତ ଖବର ଦିଲ୍ଲୀପ ରାୟ ଜଣେ ଅନୁଭବି ନେତା - ମନମୋହନ
ଇଚ୍ଛୁକ ବ୍ୟକ୍ତି ପ୍ରଥମେ ସେମାନଙ୍କ ଆଧାର ସମ୍ବନ୍ଧୀତ ଅଭିଯୋଗ ଗୁଡ଼ିକୁ ପୋର୍ଟାଲରେ ପଞ୍ଜିକୃତ କରାଇ ପଞ୍ଜିକରଣ ପ୍ରାପ୍ତି ସ୍ଵୀକାରପତ୍ର ସହ ଅଭିଯୋଗ ପ୍ରକୋଷ୍ଠରେ ସୋମବାର ସକାଳ ସାଢେ ୧୦ଟାରୁ ଉପସ୍ଥିତ ରହିବେ। ସେଠାରେ ଥିବା ସମ୍ପୃକ୍ତ ଅଧିକାରୀଙ୍କୁ ସେମାନଙ୍କର ଅଭିଯୋଗ ଜଣାଇପାରିବେ। ଏନେଇ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ସମ୍ବନ୍ଧିତ ଖବର ଦୋକାନ ଉପରକୁ ମାଡ଼ି ଗଲା ଯାତ୍ରୀଵାହୀ ବସ
Tags:



