ଲିଫ୍ଟ ନଦେବାରୁ ତଣ୍ଟି କାଟିଦେଲେ ଦୁର୍ବୁତ୍ତ
ହିଞ୍ଜିଳି : ଲିଫ୍ଟ ନଦେବାରୁ ବାଇକ ଚାଳକଙ୍କ ତଣ୍ଟି କାଟିଦେଲେ ଦୁର୍ବୁତ୍ତ । ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଥାନା ଖଣ୍ଡରା ଛକରେ ଘଟିଛି ଅଭାବନୀୟ ଘଟଣା । ଗତ ବିଳମ୍ବିତ ରାତିରେ ହିଞ୍ଜିଳି ଅଞ୍ଚଳର ଉଦ୍ଧବ ପାଢ଼ୀ ବାଇକ ରେ ଯାଉଥିବା ବେଳେ ରାସ୍ତାରେ ତାଙ୍କୁ ଜଣେ ଅଜଣା ବ୍ୟକ୍ତି ଆସି ଲିଫ୍ଟ ମାଗିଥିଲେ । ତେବେ ରାତି ହୋଇଥିବାରୁ ଉଦ୍ଧବ ପାଢ଼ୀ ଲିଫ୍ଟ ଦେବାକୁ ମନା କରିଥିଲେ । ଏଥିରେ ରାଗିଯାଇ ଉଦ୍ଧବ ପାଢ଼ୀଙ୍କ ତଣ୍ଟି କାଟିଦେଇଥିଲେ ଅଜଣା ବ୍ୟକ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି । ଏପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ହୋଇନାହିଁ । ପୋଲିସ ମେଡିକାଲରେ ପହଂଚି ତଦନ୍ତ ଆରମ୍ଭ କରିଛି ।
Tags:




