ଆଖିବୁଜିଲା ଅସୁସ୍ଥ ମାଈ ହାତୀ

ଆଖିବୁଜିଲା ଅସୁସ୍ଥ ମାଈ ହାତୀ
Samaya Live News Picture
Published On

ଢେଙ୍କାନାଳ : ଅସୁସ୍ଥ ମାଈ ହାତୀର ମୃତ୍ୟୁ । ଢେଙ୍କାନାଳ ଜିଲା ଜିରାଳ ଫରେଷ୍ଟ ସେକ୍ସନ ପିପଳା ଗ୍ରାମ ବାସୁଆତଇଳା ନିକଟ ଜଙ୍ଗଲରୁ ହାତୀର ମୃତଦେହ ଉଦ୍ଧାର କରାଯାଇଛି । ହାତୀଟି ବାରହା ପାଇଁ ଖଞ୍ଜା ଯାଇଥିବା ବୋମାଖାଇ ଅସୁସ୍ଥ ହୋଇଯାଇଥିଲା । ପରେ ତାକୁ ଟ୍ରାଙ୍କୁଲାଇଜ କରି ପଶ୍ଚିମାଞ୍ଚଳ ରେଞ୍ଜ୍‌ ସୁନାଝରି ସଂରକ୍ଷିତ ଜଙ୍ଗଲରେ ରଖି ଚିକିତ୍ସା କରୁଥିଲା ବନ ବିଭାଗ । ତେବେ ଚିକିତ୍ସାଧୀନ ଅବସ୍ଥାରେ ମାଈ ହାତୀ ପ୍ରାଣ ହରାଇଛି ।

ମଙ୍ଗଳବାର ହାତୀଟିର ମୃତ୍ୟୁଦେହ ଠାବ କରାଯାଇଛି । ଅନେକ ସମୟରେ ଖଞ୍ଜା ଯାଇଥିବା ବୋମା ଖାଇ ହାତୀ ପ୍ରାଣ ହରାଉଥିବା ଖବର ସାମ୍ନାକୁ ଆସୁଛି । ଯାହାକି ଏକ ପ୍ରକାର ଚିନ୍ତାର କାରଣ ସାଜିଥିବା ବେଳେ ଏଭଳି କାମ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି ।

Tags: