ଚୌଦ୍ୱାର ଜେଲରୁ ଚମ୍ପଟ କଏଦୀ ଗିରଫ

ଚୌଦ୍ୱାର ଜେଲରୁ ଚମ୍ପଟ କଏଦୀ ଗିରଫ

ଚୌଦ୍ୱାର : ଚୌଦ୍ୱାର ଜେଲ୍ରୁ ଫେରାର ହୋଇଥିବା କଏଦୀ ଗିରଫ । ଉତ୍ତରପ୍ରଦେଶରୁ କଏଦୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ୨ ଫେରାର କଏଦୀଙ୍କ ମଧ୍ୟରୁ ଜଣକୁ ଗିରଫ କରାଯାଇଛି । ଗିରଫ କଏଦୀ ଜଣକ ହେଲା ମଧୁକାନ୍ତ ରଣା । ସେଠାରେ ସେ ବାରମ୍ବାର ନିଜ ପରିଚୟ ବଦଳାଇ ଲୁଚି ରହିଥିଲା  । ତେଣୁ ତାକୁ ଧରିବାକୁ ପୋଲିସ ନାକେଦମ ହୋଇଥିଲା । ସେହିପରି ଅନ୍ୟ ଜଣେ ଫେରାର କଏଦୀ ରାଜା ସାହାଣୀଙ୍କ ଧରିବାକୁ ଉଦ୍ୟମ ଜାରି ରଖିଛି କମିଶନରେଟ ପୋଲିସ  ।

ସମ୍ବନ୍ଧିତ ଖବର  ବ୍ରେକ ଫେଲ ହେଲା ପୋଲିସ ଗାଡି,ଅଳ୍ପକେ ବର୍ତ୍ତୀଲେ ଆନ୍ଦୋଳନକାରୀ ଏବଂ ପୋଲିସ

ସୂଚନାନୁସାରେ,ଗତ ଅକ୍ଟୋବର ଦୁଇ ତାରିଖ ରାତିରେ ଦୁଇ କଏଦୀ ଫେରାର ହୋଇ ଯାଇଥିଲେ। ଘଟଣା ପରେ ଏକ ତଦନ୍ତ କରିଥିଲା ଜେଲ ବିଭାଗ । ଡିଆଇଜି ଅନୁସୁୟା ଜେନା ଏକ ତଦନ୍ତ କରି ଅକ୍ଟୋବର ମାସ ୯ ତାରିଖରେ ଏକ ରିପୋର୍ଟ ଜେଲ ଡିଜି ସୁଶାନ୍ତ କୁମାର ନାଥଙ୍କୁ ପ୍ରଦାନ କରିଥିଲେ । ମଧୁକାନ୍ତ ବୃନ୍ଦାବନର ଏକ ମଠରେ ଛଦ୍ମବେଶରେ ଲୁଚିଥିଲା । ଉତ୍ତର ପ୍ରଦେଶ ପୋଲିସର ଗୋଇନ୍ଦା ସୂଚନାକୁ ଆଧାର କରି ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି କମିଶନରେଟ ପୋଲିସ । ମଧୁକାନ୍ତକୁ ଧରିବା ପରେ ରାଜା ପାଖରେ ପହଞ୍ଚିବା ସହଜ ହେବ ବୋଲି ଆଶା କରାଯାଉଛି ।

ସମ୍ବନ୍ଧିତ ଖବର ICU ବେଡରୁ ରୋଗୀ ଖସି ପଡିବାର ଘଟଣାରେ କାର୍ଯ୍ୟାନୁଷ୍ଠାନ

Tags: