ଚିପ୍ସ ପ୍ୟାକେଟ ଛଡାଇନେଲା ଶିଶୁର ଆଖି

 ଚିପ୍ସ ପ୍ୟାକେଟ ଛଡାଇନେଲା ଶିଶୁର ଆଖି

ବଲାଙ୍ଗୀର : ମାରାତ୍ମକ ସାଜିଲା ଚିପ୍ସ । ନିମିଷକେ ମିଳେଇଗଲା ଚିପ୍ସ ଖାଇବା ଖୁସି ।  ଚିପ୍ସ ପ୍ୟାକେଟ୍ ଭିତରେ ଥିବା ଛୋଟ ଖେଳଣା ସାଜିଛି କାଳ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ । ଚିପ୍ସ ପ୍ୟାକେଟ୍ ଭିତରେ ଥିବା ଖେଳଣାରେ ବିସ୍ଫୋରଣ ଘଟି ଆଖି ହରାଇଛି ଜଣେ ପିଲା । ଏହି ଅଘଟଣ ଘଟିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ଅଧୀନ ଶଗଡ଼ଘାଟ ଗାଁରେ। ସୋମବାର ସନ୍ଧ୍ୟାରେ ଗାଁର ଲବ ହରପାଳଙ୍କ ଆଠ ବର୍ଷର ପୁଅ ଅଙ୍କେଶ ଗୋଟିଏ ଚିପସ ପ୍ୟାକେଟ କିଣି ଆଣିଥିଲା । ପ୍ୟାକେଟ ଭିତରୁ ଗୋଟିଏ ଖେଳଣା ବାହାରିଥିଲା । ଛୋଟ ଖେଳଣାଟିକୁ  ଖେଳିବା ବେଳେ ଅଙ୍କେଶ ତାକୁ ନିଆଁରେ ପକାଇ ଦେଇଥିଲା । ନିଆଁରେ ପଡିବା ମାତ୍ରେ ସେଥିରୁ ଅଚାନକ ବିସ୍ଫୋରଣ ହୋଇଥିଲା ଓ ଅଙ୍କେଶର ମୁହଁ ପୋଡି ଯାଇଥିଲା ।

ସମ୍ବନ୍ଧିତ ଖବର ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି !

ଯନ୍ତ୍ରଣାରେ ଛଟପଟ ଅବସ୍ଥାରେ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ତାର ଗୋଟିଏ ଆଖି ନଷ୍ଟ ହୋଇଯାଇଥିବା ଡାକ୍ତର କହିଥିଲେ ।  ଘଟଣାକୁ ନେଇ ବାପା-ମାଆ ଟିଟିଲାଗଡ଼ ଥାନାର ଦ୍ବାରସ୍ଥ ହୋଇଛନ୍ତି । ସଂପୃକ୍ତ କମ୍ପାନୀ ବିରୋଧରେ ଦୃଢ ପଦକ୍ଷେପ ନେବା ସହ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି । ଏନେଇ ଥାନାରେ ଅଭିଯୋଗ ହୋଇଛି ।

ସମ୍ବନ୍ଧିତ ଖବର ଶେଷକୃତ୍ୟ କରିବାକୁ ଆସି ଶେଷ ହୋଇଗଲେ ଯୁବକ

Tags: