ଦୁଇ ବର୍ଷରେ ଓଡିଶାର ଶିଳ୍ପାୟନର ନୂଆ ଧାରା ସୃଷ୍ଟି ହୋଇଛି : ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ

ଦୁଇ ବର୍ଷରେ ଓଡିଶାର ଶିଳ୍ପାୟନର ନୂଆ ଧାରା ସୃଷ୍ଟି ହୋଇଛି : ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ
Samaya Live News Picture
Published On


➢ପ୍ରକଳ୍ପ ଆସୁଛି, ନିବେଶ ହେଉଛି ଓ ନିଯୁକ୍ତି ସୃଷ୍ଟି ହୋଇଛି
➢ବିଦେଶୀ ପୁଞ୍ଜିନିବେଶରେ ରାଜ୍ୟରେ ରେକର୍ଡ ସୃଷ୍ଟି ହୋଇଛି
➢ବିଜେପି ସରକାର ଆସିବା ପରେ ରାଜ୍ୟକୁ ଛୁଟୁଛି ନିବେଶର ସୁଅ
➢ୟୁଏଇ ଗସ୍ତ ଓଡିଶାର ଶିଳ୍ପ ଜଗତ ପାଇଁ ଏକ ଐତିହାସିକ ଏବଂ ଅତ୍ୟନ୍ତ ସଫଳ ଅଧ୍ୟାୟ
➢ଯୁବପିଢିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ହେଉଛି ଆମ ସରକାରଙ୍କ ମୂଳ ଲକ୍ଷ୍ୟ
➢ବିଜେଡି ସରକାରର ଶେଷ ଦଶ ବର୍ଷର ଗତିକୁ ଦୁଇ ବର୍ଷରେ ଅତିକ୍ରମ କରିଛୁ
➢ଆମ ସରକାର କେବଳ ପାରମ୍ପରିକ ଶିଳ୍ପ ପ୍ରୋତ୍ସାହନରେ ସୀମିତ ନାହାନ୍ତି, ବରଂ ରାଜ୍ୟରେ
ଯୁଗୋପଯୋଗୀ ଶିଳ୍ପ ପ୍ରତିଷ୍ଠା ପାଇଁ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି
➢ରାଜନୈତିକ ଚଷମାରେ ନୁହେଁ, ପ୍ରକୃତ ତଥ୍ୟରେ ମାପନ୍ତୁ ବିରୋଧୀ ଦଳ
➢ରାଜନୈତିକ ହତାଶା ପାଇଁ ଓଡିଶାବାସିଙ୍କୁ ଭ୍ରମିତ କରୁଛି ବିଜେଡି

ଭୂବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ ଓଡିଶା ପାଇଁ ଅଦ୍ଭୁତପୂର୍ବ ସଫଳତା ଆଣିଛି । ଓଡିଶାର ଶିଳ୍ପ ବିକାଶ, ରାଜ୍ୟକୁ ବୈଦେଶିକ ପୁଞ୍ଜିନିବେଶ ଆକୃଷ୍ଟ କରିବା ତଥା ଯୁବବର୍ଗଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୃଷ୍ଟି କରିବା ଲକ୍ଷ୍ୟ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ‘ଓଡିଶା ଇନଭେସର୍ଟସ୍‌’ ମିଟ୍ – ୟୁଏଇ ୨୦୨୬’ ପାଇଁ ତିନିଦିନିଆ ୟୁଏଇ (ସଂଯୁକ୍ତ ଆରବ ଏମିରେଟ୍ସ) ଗସ୍ତରେ ଯାଇଥିଲେ । ସମ୍ମିଳନୀରେ ବିଶ୍ୱର ୧୬୦ଜଣ ପ୍ରମୁଖ ନିବେଶକ, ଶିଳ୍ପ ନେତୃବୃନ୍ଦ ଙ୍କ ସହ ପାଖାପାଖି ୫୨ଟି ବୈଠକ ହୋଇଥିଲା । ଏହି ଗୁରୁତ୍ତ୍ୱପୁର୍ଣ୍ଣ ନିବେଶକ ସମ୍ମିଳନୀରେ ମୋଟ ୨୪ଟି ପୁଞ୍ଜିନିବେଶ ପ୍ରସ୍ତାବ ରାଜ୍ୟକୁ ଆସିପାରିଛି । ଏହି ପ୍ରସ୍ତାବଗୁଡିକ ମାଧ୍ୟମରେ ରାଜ୍ୟକୁ ପ୍ରାୟ ୨ଲକ୍ଷ ୪୩ହଜାର ୧୬୨ କୋଟି ଟଙ୍କାର ପୁଞ୍ଜିନିବେଶ ଆସିବ ଏବଂ ଏହାଦ୍ୱାରା ୮ଲକ୍ଷ ୯୫ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ଆଜି ବିଜେପି ପାର୍ଟି ଅଫିସ ରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହା କହିଛନ୍ତି ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ।

ଏହା ଦ୍ୱାରା  ଆଲୁମିନିୟମ୍ ଏବଂ ଡାଉନଷ୍ଟ୍ରିମ୍ ଶିଳ୍ପ, କ୍ରିଟିକାଲ ମିନେରାଲ୍ସ, ଗ୍ରୀନ ଏନର୍ଜି, ଲଜିଷ୍ଟିକ, ଫୁଡ୍ ପ୍ରୋସେସିଂ, ଟେକ୍ସଟାଇଲ୍ସ କେମିକାଲ୍ସ ଏବଂ ଅନ୍ୟାନ୍ୟ ବିକଶିତ କ୍ଷେତ୍ରରେ ନୂତନ ସୁଯୋଗର ବାଟ ଫିଟିଛି । ୟୁଏଇ ଗସ୍ତ ଓଡିଶାର ଶିଳ୍ପ ଜଗତ ପାଇଁ ଏକ ଐତିହାସିକ ଏବଂ ଅତ୍ୟନ୍ତ ସଫଳ ଅଧ୍ୟାୟ ହୋଇ ରହିବ ବୋଲି ରାଜ୍ୟ ଶିଳ୍ପ ମନ୍ତ୍ରୀ ଶ୍ରୀ ସଂପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି ।

ବର୍ତମାନ ଓଡିଶାର ଶିଳ୍ପ ଅଗ୍ରଗତି ବେଶ୍ ଉଲ୍ଲେଖନୀୟ ହୋଇପାରିଛି । ଆମ ସରକାର ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଆମେ ପାଖାପାଖି ୧୦ଲକ୍ଷ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ଏବଂ ୬ଲକ୍ଷ ୩୦ ହଜାରରୁ ଅଧିକ ନିଯୁକ୍ତି ସମ୍ଭାବନା ଥିବା ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ୨୫ବର୍ଷର ଓଡିଶା ଶିଳ୍ପ ଇତିହାସରେ ଏହି ରେକର୍ଡ କେବେ ଦେଖିବାକୁ ମିଳିନଥିଲା । ଆମେ ୧୦ଟି ପ୍ରମୁଖ ସେକ୍ଟରାଲ୍ ଗ୍ରୁପରେ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରିଛୁ । ଆମ ସରକାରଙ୍କ ଲକ୍ଷ୍ୟ ସାମଗ୍ରିକ
ବିକାଶ ।

ମାଲକାନଗିରିରୁ ମୟୁରଭଞ୍ଜ ଏବଂ ସୁନ୍ଦରଗଡରୁ ଜଗତସିଂହପୁର ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଶିଳ୍ପାୟନକୁ ପ୍ରୋତ୍ସାହନ ଦେଉଛୁ । କେବଳ ଶିଳ୍ପ ପ୍ରକଳ୍ପ ଅନୁମୋଦନ ନୁହେଁ, ପ୍ରକଳ୍ପ ଗୁଡିକୁ ବାସ୍ତବରେ ରୂପ ଦେବା ଉପରେ ଆମ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି । ଏପର୍ଯ୍ୟନ୍ତ ପାଖାପାଖି ୩ଲକ୍ଷ ୧୨ହଜାର କୋଟି ଟଙ୍କାର ୧୫୧ଟି ଶିଳ୍ପ ପ୍ରକଳ୍ପର ଉଦଘାଟନ ଏବଂ ଭିତିପ୍ରସ୍ତର ସ୍ଥାପନ ହୋଇସାରିଛି ଯେଉଁଥିରେ ୨ଲକ୍ଷ ୪୦ହଜାରରୁ ଅଧିକ ନିଯୁକ୍ତି ସମ୍ଭାବନା ରହିଛି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି ।

୨୦୨୪ ମସିହାରେ ଆମ ସରକାର ଦାୟିତ୍ୱ ଗ୍ରହଣ କରିବା ପରେ ‘ଉତ୍କର୍ଷ ଓଡିଶା କନକ୍ଲେଭ ଆୟୋଜନ ପୂର୍ବରୁ ଦିଲ୍ଲୀ, ମୁମ୍ବାଇ ଏବଂ ସିଙ୍ଗାପୁରଠାରେ ଇନଭେଷ୍ଟରସ’ ମିଟ୍ ଏବଂ ରୋଡସୋ’ ଆୟୋଜନ କରାଯାଇଥିଲା । ସିଙ୍ଗାପୁରରେ ଟେକ୍ନୋଲୋଜି, ଡିଜିଟାଲ ସର୍ଭିସେସ୍‌, ଇଲେକ୍ଟ୍ରୋନିକ୍ସ, ସେମିକଣ୍ଡକ୍ଟର, ମାନୁଫାକ୍‌ଚରିଂ, ଟେକ୍ସଟାଇ, ଲଜିଷ୍ଟିକ, ପେଟ୍ରୋକେମିକାଲ୍ସ, ଦକ୍ଷତା ବିକାଶ ଏବଂ ବନ୍ଦର ଭିତିକ ଶିଳ୍ପ ଉପରେ ଆମର ଫୋକସ୍ କରାଯାଇଥିଲା ।

ଏପ୍ରିଲ ୨୦୨୫ରେ ଦିଲ୍ଲୀଠାରେ ଆୟୋଜିତ ରୋଡ୍ ସୋ ରେ ୯୮ହଜାର ୮୮୦କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିଲା ଯାହାକି ୬୭ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଡିସେମ୍ବର ୨୦୨୫ରେ ହାଇଦ୍ରାବାଦ ଇନଭେଷ୍ଟର୍ସ ମିଟ୍ ରେ ୬୬ହଜାର ୭୮୧ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିଲା, ଯାହାକି ୫୬ହଜାର ୩୪୦ ନିଯୁକ୍ତି ସମ୍ଭାବନା ସୃଷ୍ଟି କରିଛି । ଜାନୁଆରୀ ୧୭ ୨୦୨୬ରେ କୋଲକାତାରେ ବି ରୋଡ୍ ସୋ କରିଥିଲୁ । ସେଠାରେ ୧,୦୦,୩୧୭ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିଲାବେଳେ ୯୦ହଜାର ୭୫୨ ନିଯୁକ୍ତି ସୃଷ୍ଟି ହେବ ।

ଜାନୁଆରୀ ୨୦୨୬ ରାଉରକେଲା ଇନଭେଷ୍ଟର୍ସ ମିଟ୍ ରେ ୫୨୦୨୮ କୋଟି ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିଲାବେଳେ ୨୦୪୨୭ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି । ମେ ୨୦୨୬ରେ ଗୁଜୁରାଟ ରୋଡ୍ ସୋରେ ୪୮ହଜାର ୩୩୦କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିବାବେଳେ ୬୭୮୩୮ ନିଯୁକ୍ତି ସୃଷ୍ଟି ହେବ । ଅଗଷ୍ଟ ୨୦୨୬ରେ ଦିଲ୍ଲୀରେ ଆୟୋଜିତ “ଓଡିଶା ଫୁଡ୍ ପ୍ରୋ ୨୦୨୬” ମାଧ୍ୟମରେ ଆମେ ରାଜ୍ୟକୁ ୬୬,୩୯୨ କୋଟି ଟଙ୍କାର ଇନଭେଷ୍ଟମେଂଟ୍ ପ୍ରୋପୋଜାଲ୍ ଆଣିବାରେ ସଫଳ
ହୋଇଥିବା ବେଳେ ୫୪ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ଏସବୁ ଆଉଟରିଚ୍ କାର୍ଯ୍ୟକ୍ରମର ଧାରା ଗତ ୨ବର୍ଷ ହେଲା ଜାରି ରହିଛି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି ।

ବିଜେପି ସରକାର ‘ଉତ୍କର୍ଷ ଓଡିଶା କନକ୍ଲେଭ’ କରି ୨୦ଟି ଭିନ୍ନ ଭିନ୍ନ କ୍ଷେତ୍ରରେ ୫୯୩ଟି ପ୍ରସ୍ତାବ ସହିତ ମୋଟ ୧୬ଲକ୍ଷ ୭୩ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆଣିପାରିଛନ୍ତି  । ଯାହାକି ଓଡିଶା ଶିଳ୍ପ ଇତିହାସରେ ସର୍ବକାଳୀନ ରେକର୍ଡ । ଓଡିଶା ଟେକ୍ସ – ୨୦୨୫ ଜରିଆରେ ଟେକ୍ସଟାଇଲ ଏବଂ ଆପାରେଲ୍ କ୍ଷେତ୍ରରେ ୩୩ଟି ଏମ୍‌ଓୟୁ ସ୍ୱାକ୍ଷରିତ ହେବା ସହ ରାଜ୍ୟକୁ ମୋଟ ୭,୮୦୮ କୋଟି ଟଙ୍କାର ପୁଞ୍ଜିନିବେଶ ଆସିପାରିଛି । ସେହିପରି ଫାର୍ମାସ୍ୟୁଟିକାଲ୍ସ ଏବଂ ମେଡିକାଲ ଉପକରଣ ଭଳି ନ୍ୟୁ ଏଜ୍ ସେକ୍ଟର ଗୁଡିକରେ ପୁଞ୍ଜିନିବେଶ ପାଇଁ ‘ଓଡିଶା ଫାର୍ମା ସମ୍ମିଳନୀ ୨୦୨୫’ ସମ୍ମିଳନୀ ଆୟୋଜନ କରିବା ସହ ଆମ ସରକାର ‘ଓଡିଶା ଫାର୍ମାସ୍ୟୁଟିକାଲ୍ସ ଏବଂ ମେଡିକାଲ୍‌ ଉପକରଣ ନୀତି ୨୦୨୫’ ପ୍ରଣୟନ କରିଛନ୍ତି । ଓଡିଶା ଫାର୍ମା ସମ୍ମିଳନୀ ୨୦୨୫ ସମ୍ମିଳନୀ ମାଧ୍ୟମରେ ରାଜ୍ୟକୁ ୭, ୦୪୩ କୋଟି ଟଙ୍କାର ପୁଞ୍ଜିନିବେଶ ସହ ୬୯ଟି ପ୍ରକଳ୍ପ ଆସିପାରିଛି । ଆମ ସରକାର କେବଳ ପାରମ୍ପରିକ ଶିଳ୍ପ ପ୍ରୋତ୍ସାହନରେ ସୀମିତ ନାହାନ୍ତି, ବରଂ ରାଜ୍ୟରେ ଯୁଗୋପଯୋଗୀ ଶିଳ୍ପ ପ୍ରତିଷ୍ଠା ପାଇଁ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

Tags: