ବାସୁମତୀ ଚାଉଳ ବୋଝେଇ ଟ୍ରକ ରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ
ଭୁବନେଶ୍ୱର : ଏସଟିଏଫକୁ ମିଳିଛି ବଡ ସଫଳତା । ବାସୁମତୀ ଚାଉଳ ବୋଝେଇ ଟ୍ରକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । ଗଜପତି ରୁ ଗଞ୍ଜେଇ ବୋଝେଇ ଟ୍ରକ ନୂଆ ଦିଲ୍ଲୀକୁ ଯାଉଥିବାବେଳେ ଖୋର୍ଦ୍ଧା ପିତାପଲ୍ଲୀ ଠାରେ ଟ୍ରକକୁ ଜବତ କରିଥିଲେ ଏସଟିଏଫ । ଏହା ସହିତ ଟ୍ରକ ଡ୍ରାଇଭରକୁ ଗିରଫ କରାଯାଇଛି । ଗଞ୍ଜେଇ ଗନ୍ଧରୁ ବର୍ତ୍ତିବା ପାଇଁ ତଳେ ଗଞ୍ଜେଇ ବସ୍ତା ରଖି ଉପରେ ବାସୁମତୀ ଚାଉଳ ବସ୍ତା ସବୁ ଲଦା ଯାଇଥିଲା । ଘଟଣାର ତଦନ୍ତ ଜାରି ରହିଛି ।
Tags:




