ବଜାରରେ ମିଳୁଛି ବ୍ୟାପକ ନକଲି ଔଷଧ

ବଜାରରେ ମିଳୁଛି ବ୍ୟାପକ ନକଲି ଔଷଧ

ଭୁବନେଶ୍ୱର :  ନକଲି ଔଷଧକୁ ସାବଧାନ! ବଜାରରେ ମିଳୁଛି ବ୍ୟାପକ ନକଲି ଔଷଧ । ପାନ-୪୦, ପାନଟପ, ଟେଲମା, ପାରାସିଟାମଲ ପରି ୮୦ ଟି ନକଲି ଔଷଧ ବଜାରରେ ବିକ୍ରି ହେଉଛି । ଏପରି ୪ ବର୍ଷରେ ଚିହ୍ନଟ ହେଲାଣି ୧୬୮ ନକଲି ମେଡ଼ିସିନ। ଆଉ ୩୮୮ ଟି ନିମ୍ନ ମାନର ମେଡ଼ିସିନ ଚିହ୍ନଟ ହୋଇଛି।ଏନେଇ ଆଜି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେହିପରି ଗତ ୪ ବର୍ଷରେ ଅଢେଇ କୋଟିରୁ ଅଧିକ ଟଙ୍କାର ନକଲି ମେଡିସିନ ଜବତ କଲେଣି ସରକାର।

Read More ଜଗତସିଂପୁରରେ ପୁଣି ବାଂଲାଦେଶୀ ଚଢ଼ାଉ

୨୦୨୧ ରୁ ୨୦୨୪-୨୫ ଭିତରେ ୧୬୮ଟି ନକଲି ମେଡିସିନ ଚିହ୍ନଟ ହୋଇଛି । ସେହିଭଳି ୩୮୮ଟି ନିମ୍ନମାନର ମେଡିସିନ ଯାହାକି ଆବଶ୍ୟକୀୟ ଗୁଣବତ୍ତା ଏବଂ ପ୍ରଭାବଶାଳୀ ମାନଦଣ୍ଡ ପୂରଣ କରିବାରେ ବିଫଳ ହୋଇଛି ।  ଅର୍ଥାତ NSQ ବା NOT OF STANDARD QUALITY । ୨୦୨୧ରେ ୭୯ଟି, ୨୦୨୨ରେ ୬୪ ଟି, ୨୦୨୩ରେ ୧୪ଟି ଏବଂ ୨୦୨୪ରେ ୧୧ଟି ନକଲି ମେଡିସିନ ଚିହ୍ନଟ ହୋଇଛି ବୋଲି ବିଧାନସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଲିଖିତ ଉତ୍ତରରୁ ଜଣାପଡିଛି ।   

Read More ଏଏନଏମ ପ୍ରଶ୍ନ ପତ୍ର ପ୍ରଘଟ ,ପରୀକ୍ଷା ବାତିଲ

Tags: