ଛତିଶଗଡ଼ରୁ ଦେବ୍ରିଗଡ଼ ଅଭୟାରଣ୍ୟ ଆସିଛି ମହାବଳ ବାଘ

ଛତିଶଗଡ଼ରୁ ଦେବ୍ରିଗଡ଼ ଅଭୟାରଣ୍ୟ ଆସିଛି ମହାବଳ ବାଘ
Samaya Live News Picture
Published On

ସମ୍ବଲପୁର : ଦେବ୍ରିଗଡ଼ ଅଭୟାରଣ୍ୟରେ ଠାବ ହୋଇଥିବା ଅଣ୍ଡିରା ବାଘର ମିଳିଲା ପରିଚୟ । ଛତିଶଗଡ଼ରୁ ମହାବଳ ଆସିଥିବା ନେଇ ସ୍ପଷ୍ଟ ହୋଇଛି । ପ୍ରାୟ ୪୦୦କିମି. ଅତିକ୍ରମ କରି ମହାବଳ ବାଘଟି ଆସିଥିବା ନେଇ ସୂଚନା ମିଳିଛି । ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (NTCA) ପକ୍ଷରୁ କ୍ୟାମେରା ଟ୍ରାପ୍ ଫଟୋ ଏବଂ ବାଘ ଦେହର ପଟା ଚିହ୍ନକୁ ମେଳ କରି ଏହା ସ୍ପଷ୍ଟ କରାଯାଇଛି ।

ଏହି ଅଣ୍ଡିରା ମହାବଳ ବାଘର ବୟସ ପ୍ରାୟ ୫ ବର୍ଷ ବୋଲି ଆକଳନ କରାଯାଇଛି । ୨୦୨୫ ମସିହାରେ ଏହି ବାଘଟି ଛତିଶଗଡ଼ର ଉଦନ୍ତୀ-ସୀତାନଦୀ ଟାଇଗର ରିଜର୍ଭରେ ପ୍ରାୟ ୬ ମାସ ଧରି ରହିଥିବାର ପ୍ରମାଣ ମିଳିଥିଲା । ଗତ ୯ ତାରିଖରେ ଦେବ୍ରିଗଡ଼ରେ ପ୍ରଥମ ଥର ପାଇଁ କ୍ୟାମେରାରେ କଏଦ ହୋଇଥିଲା । ଏହି ବାଘଟି ୨୦୨୫ ମସିହାରେ ଛତିଶଗଡ଼ର ଉଦନ୍ତି-ସୀତାନଦୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ (Tiger Reserve) ଅଞ୍ଚଳରେ ଦେଖାଯାଇଥିବା ସେହି ସମାନ ବାଘ ବୋଲି ଜଣାପଡ଼ିଛି। ଛତିଶଗଡ଼ ବନ ବିଭାଗ ପକ୍ଷରୁ ମିଳିଥିବା କ୍ୟାମେରା-ଟ୍ରାପ୍ ଫଟୋ ଏବଂ ଅନ୍ୟାନ୍ୟ କ୍ଷେତ୍ରସ୍ତରୀୟ ପ୍ରମାଣର ଅଧିକ ଯାଞ୍ଚ ସହ ବାଘ ଶରୀରରେ ଥିବା ପଟା ଚିହ୍ନ (Stripe-pattern) ମେଳ କରାଯିବା ପରେ ଦେବ୍ରିଗଡ଼ କର୍ତ୍ତୃପକ୍ଷ ବାଘଟିର ଗତିବିଧି ଓ ଯାତ୍ରା ପଥକୁ ଠାବ କରିବାରେ ସଫଳ ହୋଇଛନ୍ତି ।

ମିଳିଥିବା ତଥ୍ୟ ଅନୁଯାୟୀ, ଏହି ବାଘଟି ପ୍ରଥମେ ଛତିଶଗଡ଼ର ଉଦନ୍ତି-ସୀତାନଦୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ବାହାରି ଛତିଶଗଡ଼ର ବର୍ଣ୍ଣୱାପାରା ବନ୍ୟପ୍ରାଣୀ ଅଭୟାରଣ୍ୟ (Barnawapara Wildlife Sanctuary) ଦେଇ ଓଡ଼ିଶାର ଦେବ୍ରିଗଡ଼ ଅଞ୍ଚଳକୁ ପ୍ରବେଶ କରିଛି । ଏହି ଅଣ୍ଡିରା ମହାବଳ ବାଘର ବୟସ ପ୍ରାୟ ୫ ବର୍ଷ ହେବ ବୋଲି ବନ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

 

 

Tags: