ଅପରାଧୀର ଗୋଟିଏ ଠିକଣା, "ଜେଲ୍‌ର ଚାରିକାନ୍ଥ' - ମୁଖ୍ୟମନ୍ତ୍ରୀ

ଗୃହ ବିଭାଗର ୨୫୬.୭୯ କୋଟି ଅତିରିକ୍ତ ଅନୁଦାନ ଦାବି ଗୃହୀତ

ଅପରାଧୀର ଗୋଟିଏ ଠିକଣା,

ଭୁବନେଶ୍ୱର: ଓଡ଼ିଶାରେ ଅପରାଧୀଙ୍କୁ ରାଜନୈତିକ ସୁରକ୍ଷା ଅବଧି ସରିଯାଇଛି । ଏହା ଆଉ ନବୀକରଣ ହେବାର ସୁଯୋଗ ନାହିଁ । ରାଜ୍ୟରେ ଏବେ ଆଇନ-କାନୁନର ରାଜୁତି । କୌଣସି ରାଜନୈତିକ ଦଳର ନୁହେଁ। ତେଣୁ ସବୁ ଅପରାଧୀ ସୁଧୁରି ଯାଆନ୍ତୁ । ମୁଁ ସେମାନଙ୍କୁ ସୁଧାରିବା ପାଇଁ ପୁଲିସକୁ ନିର୍ଦ୍ଦେଶ ଦେଇସାରିଛି । ଗୁରୁବାର ବିଧାନସଭାରେ ଗୃହ ବିଭାଗର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବା ଅବସରରେ ରାଜନୈତିକ ଅପରାଧୀଙ୍କୁ ଏପରି ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ସେ କହିଛନ୍ତି, ଆମ ସରକାରଙ୍କ ପାଇଁ ଅପରାଧୀର ଗୋଟିଏ ଠିକଣା, "ଜେଲ୍‌ର ଚାରିକାନ୍ଥ' । 

ସମ୍ବନ୍ଧିତ ଖବର ମକର ସଂକ୍ରାନ୍ତିରେ ଲିଙ୍ଗରାଜ ମହାପ୍ରଭୁଙ୍କ ନୀତି ବିଭ୍ରାଟ

ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ, ସବୁ ପ୍ରକାର ରାଜନୈତିକ ଆଲୋଚନା-ସମାଲୋଚନା ଭିତରେ ପୁଲିସର ପ୍ରତ୍ୟେକ ବିଭାଗ ନିଜ ନିଜ କର୍ତ୍ତବ୍ୟ ସଠିକ୍ ରୂପେ ସମ୍ପାଦନ କରି ଆସୁଛନ୍ତି। ଗତ ପ୍ରାୟ ୧୮ ମାସ ଭିତରେ ରାଜ୍ୟ ପୁଲିସର ଯଦି କେବଳ ଗୋଟିଏ ସଫଳତା ମୋତେ ପଚାରିବେ, ତେବେ ମୁଁ କହିବି, ‘କୌଣସି ରାଜନୈତିକ ଚାପର ବଶବର୍ତ୍ତୀ ନହୋଇ ଅପରାଧୀଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଏବଂ କୌଣସି ଅପରାଧୀଙ୍କୁ ରାଜନୈତିକ ସଂରକ୍ଷଣ ଦେଇନାହାନ୍ତି । ରାଜ୍ୟର ଶାସନର ମୁଖ୍ୟ ତଥା ବିଭାଗୀୟ ମନ୍ତ୍ରୀ ଭାବେ ମୁଁ ସର୍ବପ୍ରଥମେ ଓଡ଼ିଶା ପୁଲିସ ସୂଚାରୁ ରୂପେ ନିଜର ଦାୟିତ୍ୱ ନିର୍ବାହ କରିଥିବାରୁ ଧନ୍ୟବାଦ ଜଣାଉଛି ।

ସମ୍ବନ୍ଧିତ ଖବର ନୂଆ ଲୋକସେବା ଭବନ ଓ ବିଧାନସଭା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

ଗୁୁରୁବାର ବିଧାନସଭାରେ ଗୃହ ବିଭାଗର ୨୫୬.୭୯ କୋଟି ୭୯ ଲକ୍ଷ ୭୪ ହଜାର ଟଙ୍କାର ଅତିରିକ୍ତ ଅନୁଦାନ ଦାବି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯେ’କୌଣସି ରାଜ୍ୟ ପାଇଁ ଗୃହ ବିଭାଗ ହେଉଛି ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ବିଭାଗ । କାରଣ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିର ରହିଲେ, ରାଜ୍ୟ ଶାନ୍ତିପ୍ରିୟ ହେଲେ, ତେବେ ରାଜ୍ୟବାସୀ ସୁଖରେ ଜୀବନ ଯାପନ କରିବେ ଏବଂ ନିବେଶ ପାଇଁ ଉଦ୍ୟୋଗପତିମାନେ ଆସିବେ। ତେଣୁ ଆମ ସରକାର ଆସିବାର ପ୍ରଥମ ଦିନରୁ ହିଁ ଏହି ଦିଗ ପ୍ରତି ବିଶେଷ ଧ୍ୟାନ ଦେଇଆସୁଅଛି ଏବଂ ମୁଁ ବ୍ୟକ୍ତିଗତ ଭାବେ ପୁଲିସ ପ୍ରଶାସନକୁ ନିର୍ଭୀକ, ନିରପେକ୍ଷ ଏବଂ ଆଇନର ମର୍ଯ୍ୟାଦା ମଧ୍ୟରେ ରହି ଅପରାଧୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲି। ଏହାର ଫଳାଫଳ ଆଜି ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିରେ ପ୍ରତିଫଳିତ ହେଉଛି। ଓଡ଼ିଶାବାସୀ ସରକାରଙ୍କ ଏହି ଅପରାଧ ନିୟନ୍ତ୍ରଣ ପ୍ରତିବଦ୍ଧତା ବିଷୟରେ ହୃଦୟଙ୍ଗମ କରି ସାରିଲେଣି ଏବଂ ତାର ପ୍ରତିଫଳନ ନୂଆପଡ଼ା ଉପ-ନିର୍ବାଚନରେ ଦେଖିବାକୁ ମିଳିଛି। 

ସମ୍ବନ୍ଧିତ ଖବର ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ନିରପେକ୍ଷ ତଦନ୍ତ ଦାବି କଲେ ଅନୁଭବ

Tags: