ହ୍ୟୁମାନ ସାଗରଙ୍କ ୨ ମ୍ୟାନେଜରଙ୍କ ନାଁରେ ଥାନାରେ ଏତଲା

ହ୍ୟୁମାନ ସାଗରଙ୍କ ୨ ମ୍ୟାନେଜରଙ୍କ ନାଁରେ ଥାନାରେ ଏତଲା

ବଲାଙ୍ଗୀର : ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଅକାଳ ମୃତ୍ୟୁକୁ ନେଇ ସ୍ତବ୍ଧ ହୋଇଛି ସାରା ରାଜ୍ୟ I ମୃତ୍ୟୁ ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ବିଭିନ୍ନ ପ୍ରକାର ଆରୋପ ପ୍ରତ୍ୟାରୋପ ଶୁଣିବାକୁ ମିଳୁଛି । ହ୍ୟୁମାନଙ୍କ ମା ପୂର୍ବରୁ ଅଭିଯୋଗ ଆଣିଥିଲେ ଯେ ତାଙ୍କ ପୁଅକୁ ବ୍ୟବହାର କରାଯାଇଛି ଏବଂ ଜାଣି ଜାଣି ତାଙ୍କୁ ମାରି ଦିଆଯାଇଛି । ଆଜି ଏହି ଘଟଣାରେ ହ୍ୟୁମାନଙ୍କ ଦୁଇ ଜଣ ମ୍ୟାନେଜରଙ୍କ ନାଁରେ ବଲାଙ୍ଗୀର ଟାଉନ ଥାନାରେ ଏତଲା ଦିଆଯାଇଛି । ମ୍ୟାନେଜର ଦିନେଶ ବେହେରା ଓ ପ୍ରଶାନ୍ତ ବେହେରାଙ୍କ ନାଁରେ ଏତଲା ହୋଇଛି । ବିଭିନ୍ନ ସଂଗଠନ ପକ୍ଷରୁ ଉଭୟଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି । ହ୍ୟୁମାନଙ୍କ ମା’ଙ୍କୁ ଦୁର୍ବ୍ୟବହାର ଘଟଣାକୁ ବି ବିରୋଧ କରାଯାଇଛି। ଏପରିକି ତଦନ୍ତ କରାଯାଇ ହ୍ୟୁମାନଙ୍କ ମୃତ୍ୟୁ ପଛରେ ଥିବା ଖଳନାୟକଙ୍କୁ ଧରାଯାଇ ଉପଯୁକ୍ତ ଦଣ୍ଡ ଦେବାକୁ ଏତଲାରେ କୁହାଯାଇଛି।

ସମ୍ବନ୍ଧିତ ଖବର ସୁପରହିରୋ ସଲମାନ

ଏହା ପୂର୍ବରୁ ହ୍ୟୁମାନଙ୍କ ମାଆ ବିସ୍ଫୋରକ ବୟାନ ଦେଇ କହିଥିଲେ ହ୍ୟୁମାନଙ୍କ ମୃତ୍ୟ ପାଇଁ ୩ ଜଣ ଦାୟୀ । ପପୁ, ପ୍ରଶାନ୍ତ, ଅର୍ପିତା ଚୌଧୁରୀ ମୋ ପୁଅର ଜୀବନ ନେଇଛନ୍ତି ବୋଲି ତାଙ୍କ ମା' କହିଥିଲେ । ଅର୍ପିତା ଚୌଧୁରୀ ମୋ ପୁଅକୁ ଧକ୍କା ଦେଇଛି । ମାନସିକ ବିଷାଦ ଭିତରେ ମୋ ପୁଅ ରହୁଥିଲା ବୋଲି ଅଭିଯୋଗ କରିଥିଲେ ହ୍ୟୁମାନଙ୍କ ମାଆ।

ସମ୍ବନ୍ଧିତ ଖବର ୨ ଟି ଦୁର୍ଘଟଣାରେ ୭ ମୃତ ୨ ଆହତ

ସୂଚନାଯୋଗ୍ୟ, ଓଡ଼ିଶାର ସୁନାମଧନ୍ୟ ଓ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କର ନଭେମ୍ବର ୧୭ ତାରିଖରେ ଚିକିତ୍ସିତ ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ପରଲୋକ ହୋଇଯାଇଛି।

ସମ୍ବନ୍ଧିତ ଖବର ଆସନ୍ତା କଲି ମିଳିବ ସୁଭଦ୍ରା ଟଙ୍କା

Tags: