ସ୍କୁଲ ବାରଣ୍ଡାରେ ଶୋଇଛି ଭାଲୁ
ଲମତାପୁଟ : କୋରାପୁଟ ଲାମତାପୁଟ ବ୍ଲକ ଗୁନେଇପଡ଼ା ଅଞ୍ଚଳରେ ଅଜବ ଦୃଶ୍ୟ । ଗାଁରେ ଘୁରି ବୁଲୁଛି ବିରାଟ ଭାଲୁ । ସନ୍ଧ୍ୟା ହେଲେ ଗାଁ ମୁହାଁ ହେଉଛି ଭାଲୁ । ଆଜି ଭୋରରୁ ଭଲୁଟି ସ୍କୁଲ ବାରଣ୍ଡାରେ ଶୋଇଥିବା କିଛି ଲୋକ ଦେଖିଥିଲେ । ପାଖକୁ କଲେ ବି ଉଠୁନି । କେବଳ ମୁଣ୍ଡ ଟେକୁଛି । ହାଇ ମାରୁଛି । ପୁଣି ଶୋଇ ପଡୁଛି । ଭାଲୁକୁ ଦେଖି ଲୋକେ ପାଟି କଲେ ଜଙ୍ଗଲ ଭିତରକୁ ଚାଲି ଯାଉଛି । ପୁଣି କିଛି ସମୟ ପରେ ଆସି ସ୍କୁଲ ବାରଣ୍ଡାରେ ଶୋଇ ପଡୁଛି । କିନ୍ତୁ ଏବେ ଯାଏଁ ଭାଲୁଟି କାହାର କ୍ଷତି କରିଥିବା ନଜରକୁ ଆସିନାହିଁ । ଶୁଣା ଯାଉଛି ଯେ, ଭାଲୁଟି କାହାର ପୋଷା ଭାଲୁ। ଅନ୍ୟପକ୍ଷରେ ଲମତାପୁଟ ବନାଞ୍ଚଳ ଅଧିକାରୀ ଭାଲୁର ଗତିବିଧି ଉପରେ ନଜର ରଖିଛନ୍ତି l ସ୍ୱତନ୍ତ୍ର ଟିମ ଗଠନ କରି ଭାଲୁ କିପରି ଗ୍ରାମ ଅଞ୍ଚଳ ମୁହାଁ ନହେବ ତାକୁ ନେଇ ପଦକ୍ଷେପ ନିଆ ଯାଉଥିବା କହିଛନ୍ତି ।
Tags:




