ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ବାର
By: Samaya Live News
ଭୁବନେଶ୍ୱର : ବାରରେ ଭୟାବହ ଅଗ୍ନିକାଣ୍ଡ । ଆଜି ଭୋର ସମୟରେ ରାଜଧାନୀରେ ସତ୍ୟବିହାର ଅଞ୍ଚଳରେ ଥିବା ପାରାଡାଇଜ୍ ନାମକ ଏକ ବାରରେ ଭୟାବହ ଅଗ୍ନିକାଣ୍ଡ ଘଟି ସମ୍ପୂର୍ଣ୍ଣ ଜଳିଯାଇଛି। ସମଗ୍ର ଅଞ୍ଚଳ ଧୁଆଁମୟ ହୋଇଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ୫ଟି ଟିମ୍ ପନିୟୋଜିତ ହୋଇଛନ୍ତି । ପ୍ରାୟ ଘଣ୍ଟାଏ ପରେ ନିଆଁକୁ ଆୟତ୍ତ କରାଯାଇଥିଲା I ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ପାଖରେ ଥିବା ଫର୍ଣ୍ଣିଚର୍ ଦୋକାନକୁ ବି ନିଆଁ ବ୍ୟାପିଯାଇଛି । ତେବେ ବିନା ଲାଇସେନ୍ସରେ ବାର ଚାଲୁଥିଲା ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଏଥିରେ କେହି ମୃତାହତ ହୋଇ ନାହାନ୍ତି । କିଛିଦିନ ପୂର୍ବରୁ ଗୋଆରେ ଏକ ବାରରେ ଅଗ୍ନିକାଣ୍ଡ ଘଟି ୨୫ ଜଣଙ୍କ ମୃତ୍ୟୁ ଘଟିଥିଲା ।
ସମ୍ବନ୍ଧିତ ଖବର ବାରବାଟୀ ମ୍ୟାଚ ପାଇଁ କମିଶନରେଟ ପୋଲିସର ଟ୍ରାଫିକ କଟକଣା
Tags:


