ଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗର ସମାଧାନ ହୋଇଛି - ମନ୍ତ୍ରୀ
By: Samaya Live News
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହୋଇଥିବା ଅଭିଯୋଗର ୯୧% ସମାଧାନ ହୋଇଛି । ଗତ ଦେଢ଼ ବର୍ଷ ଭିତରେ ମୁଖ୍ୟମନ୍ତ୍ରୀ ନିଜେ ୧୩୩୫୮ ଅଭିଯୋଗ ଗ୍ରହଣ କରି ୧୨୪୩୨ ର ସମାଧାନ ହୋଇଛି । ବାକି ଅଭିଯୋଗ ଜଟିଳ ଥିବାରୁ ବିଭାଗୀୟ ତର୍ଜମା କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗୃହରେ ଉତ୍ତର ରଖିଛନ୍ତି ।
ଜନଶୁଣାଣି ପୋର୍ଟାଲରେ ନଭେମ୍ବର ସୁଦ୍ଧା ୧୪ ଲକ୍ଷ ୪୧, ୮୩୨ ଅଭିଯୋଗ ଆସିଛି । ଯାହାର ଜିଲ୍ଲାପାଳ, SP, BDO, ତହସିଲଦାର ଯୁଗ୍ମ ଶୁଣାଣି କରି ୧୩ ଲକ୍ଷ ୭୨୫୩ ମାମଲାର ସମାଧାନ ହୋଇଛି। ବାକି ୧ ଲକ୍ଷ ୩୪୫୭୯ ଜଟିଳ ଥିବାରୁ ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି।
ଭୁବନେଶ୍ୱର ବାହାରେ ଯେଉଁଠି ଅଭିଯୋଗ ହେଉଛି, ତାହା ସମାଧାନ ହେଉନି । ବ୍ଲକ ଓ ତହସିଲ ସ୍ତରରେ କେତେ ଅଭିଯୋଗ ଆସୁଛି । ତାହାର ତାଲିକା ଦାବି କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ଆଇନ ମନ୍ତ୍ରୀ କେମିତି କହିଲେ ଚାଉଳ ଓ ଘର ତତକ୍ଷଣାତ ମିଳୁଛି। କାରଣ ୱେବସାଇଟ ତ ଖୋଲୁନି। ବିଧାୟକମାନଙ୍କୁ ନେଇ ଅଭିଯୋଗ ଶୁଣାଣି ହେବ କି ? ସମାଧାନର ନିର୍ଦ୍ଦିଷ୍ଟ ତାରିଖ ସ୍ଥିର କରିବେ କି ? ଯାହାର ଉତ୍ତର ଦେଇ ଆଇନ ମନ୍ତ୍ରୀ କହିଛନ୍ତି କି, ଯୁଗ୍ମ ଶୁଣାଣି ହେଉଛି। ବିଧାୟକମାନେ ଯୋଗଦାନ କଲେ ସମାଧାନ ଅଧିକ ହୋଇପାରିବ। କାରଣ ବିଧାୟକ ରହିପାରିବେ। ଯେତେ ଦୂର ସମ୍ଭବ, ଲୋକଙ୍କ ସମସ୍ୟାର ସମାଧାନ ନିଷ୍ଠା ସହ କରାଯାଇପାରିବ।
ସମ୍ବନ୍ଧିତ ଖବର କଂଗ୍ରେସ ସହ ହୋଇଛି ସାମୟିକ ଡ଼ିଲ - ସଂତୃପ୍ତ ମିଶ୍ର
Tags:



