ମାଟ୍ରିକ ପରୀକ୍ଷା ଦେଇ ନାହାନ୍ତି ୯୯୩୦ ପିଲା

ମାଟ୍ରିକ ପରୀକ୍ଷା ଦେଇ ନାହାନ୍ତି ୯୯୩୦ ପିଲା
Samaya Live News Picture
Published On

ଭୁବନେଶ୍ୱର :  ମାଟ୍ରିକ ପରୀକ୍ଷାକୁ ନେଇ ଗୃହରେ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୯୯୩୦ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇନାହାନ୍ତି । ତେବେ ୫ଲକ୍ଷ ୩୬ ହଜାର ୯୪୬ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା କଥା କହିଛନ୍ତି । 

ଚଳିତ ବର୍ଷ ୫ଲକ୍ଷ ୪୬ହଜାର ୮୭୬ ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷା ଦେବାପାଇଁ ଫର୍ମ ଫିଲଅପ୍‌ କରିଥିଲେ। ସେମାନଙ୍କ ମଧ୍ୟରୁ କୌଣସି କାରଣରୁ ୯୯୩୦ଜଣ ଛାତ୍ରୀଛାତ୍ର ପରୀକ୍ଷାରେ ଅନୁପସ୍ଥିତ ରହିଥିଲେ। ଏହି ଅନୁପସ୍ଥିତ ହାର ୧.୮୧ ପ୍ରତିଶତ ବୋଲି ମନ୍ତ୍ରୀ କହିଛନ୍ତି ।

Tags: