ପୁନଃ ନିଯୁକ୍ତି ପାଇବେ ୮୦୦ ଅବସରପ୍ରାପ୍ତ ପୋଲିସ କର୍ମଚାରୀ

ପୁନଃ ନିଯୁକ୍ତି ପାଇବେ ୮୦୦ ଅବସରପ୍ରାପ୍ତ ପୋଲିସ କର୍ମଚାରୀ

ଭୁବନେଶ୍ୱର :  ୮୦୦ ଅବସରପ୍ରାପ୍ତ ପୁଲିସଙ୍କୁ ପୁନଃନିଯୁକ୍ତି ଦେବେ ରାଜ୍ୟ ସରକାର। ଅବସରପ୍ରାପ୍ତ ଏଏସ୍‌ଆଇ/ଏସ୍‌ଆଇ/ଇନ୍ସିପେକ୍ଟର ପୁଣି ନିଯୁକ୍ତି ପାଇବେ । ସେମାନେ ସ୍ପେସାଲ୍‌ ପୁଲିସ ଅଫିସର୍‌(ଏସ୍‌ପିଓ) ଭାବେ କାର୍ଯ୍ୟ କରିବେ । ସରକାର ଏହି ପ୍ରସ୍ତାବକୁ ମଞ୍ଜୁର କରିଥିବା ନେଇ ଆଜି ଗୃହ ବିଭାଗ ପକ୍ଷରୁ ପୁଲିସ ଡିଜିଙ୍କୁ ଅବଗତ କରାଯାଇଛି । ୧ ବର୍ଷ ପାଇଁ ଠିକା ଭିଭିରେ ସେମାନଙ୍କୁ ନିଯୁକ୍ତି ମିଳିବ। ଏ ସମ୍ପର୍କିତ ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି। ଏ ନେଇ ଗୃହ ବିଭାଗ ପକ୍ଷରୁ ପୁଲିସ ମହାନିର୍ଦ୍ଦେଶକ ଏବଂ ଆଇଜିଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି। 

ସମ୍ବନ୍ଧିତ ଖବର ରାଜ୍ୟରେ ଖୋଲିବ ନାହିଁ ନୂଆ ସବ୍-ଟ୍ରେଜରୀ - ଆଇନମନ୍ତ୍ରୀ

ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ପୁନଃନିଯୁକ୍ତି ପାଇବାକୁ ଥିବା ପୁଲିସ ଅଧିକାରୀଙ୍କ ବୟସର ୬୫ ବର୍ଷ ଭିତରେ ହୋଇଥିବ । ଚାକିରି ସମୟରେ ସେମାନଙ୍କ ସର୍ଭିସ୍ ରେକର୍ଡ ଭଲ ଥିବ ଓ ଶାରୀରିକ ଭାବେ ଫିଟ୍‌ ହୋଇଥିବେ । ଅବସର ପୂର୍ବର ୫ ବର୍ଷରେ ତାଙ୍କର ସିସିଆର୍‌ ଭଲ ଥିବ । ସେମାନଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ନଥିବ ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ସାମ୍ନା କରି ନଥିବେ । ଏକ ବର୍ଷ ପାଇଁ ଏହି ନିଯୁକ୍ତି ମିଳିବ । ପୁଲିସ ଡିଜି ଏକ ସିଲେକ୍ସନ୍ କମିଟି ଗଠନ କରି ଏହି ନିଯୁକ୍ତି ଦେବେ ବୋଲି ଗୃହ ବିଭାଗ ପକ୍ଷରୁ କୁହାଯାଇଛି । 

ସମ୍ବନ୍ଧିତ ଖବର ଆଖିବୁଜିଲା ଅସୁସ୍ଥ ମାଈ ହାତୀ

ଗୋଟିଏ ପଟେ ସରକାର ଅବସର ପରେ ନିଯୁକ୍ତିକୁ ମନା କରୁଥିଲା ବେଳେ ପୁଲିସ ବିଭାଗ ପରି ଏକ ସମ୍ବେଦନଶୀଳ ବିଭାଗରେ ଏକାଥରେ ୮୦୦ ଅବସରପ୍ରାପ୍ତଙ୍କୁ ଥଇଥାନ କରାଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ସେପଟେ ପୁଲିସ୍‌ ଏସ୍‌ଆଇ ପରୀକ୍ଷାରେ ବିଭ୍ରାଟକୁ ନେଇ ଆଶାୟୀ ହତାଶ ହୋଇପଡ଼ିଛନ୍ତି । ଦୁଇ ଦୁଇ ଥର ଏହି ପରୀକ୍ଷା ବାତିଲ୍‌ ହୋଇସାରିଲାଣି । କେବେ ପରୀକ୍ଷା ହେବ, ତାହାର ଉତ୍ତର କାହା ପାଖରେ ନାହିଁ । ଏପରି ସ୍ଥିତିରେ ପୁଣି ଅବସରପ୍ରାପ୍ତ ପୁଲିସ ବାବୁଙ୍କ ଥଇଥାନ ପାଇଁ ସରକାରଙ୍କ ନିଷ୍ପତ୍ତି ଆଶାୟୀମାନଙ୍କୁ ହତାଶା ଭିତରକୁ ଠେଲି ଦେଇଛି । 

ସମ୍ବନ୍ଧିତ ଖବର ସିବିଏସଇ ଢାଞ୍ଚାରେ ପ୍ରଥମ ଥର +୨ ପିଲା ଦେବେ ଇମ୍ପ୍ରୁଭମେଣ୍ଟ ପରୀକ୍ଷା

 

Tags: