ରାଜଧାନୀରେ ବର୍ଷାରେ ଭୁଶୁଡିଲା ୮୦ଫୁଟ ର ତୋରଣ

Samaya Live News Picture
Published On

ଭୁବନେଶ୍ୱର : ଭାଙ୍ଗିଲା ଗଜଲକ୍ଷ୍ମୀ ପୂଜା ତୋରଣ ଇ ବାତ୍ୟା 'ଅର୍ଣ୍ଣବ' ପ୍ରଭାବରେ ଗତ ୨ଦିନ ଧରି ରାଜଧାନୀ ଭୁବନେଶ୍ୱରରେ ଲାଗି ରହିଛି ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନ । ଫଳରେ ଭୁବନେଶ୍ବର ଚନ୍ଦ୍ରଶେଖରପୁର କ୍ଲବ ଟାଉନରେ ନିର୍ମିତ ହୋଇଥିବା ୮୦ଫୁଟ ର ତୋରଣଟି ସମ୍ପୂର୍ଣ୍ଣ ଭୁଶୁଡି ପଡିଛି । ତେବେ  ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଅକ୍ଷୁର୍ଣ୍ଣ ରହିଥିବା ଦେଖାଯାଇଛି । ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କେହି ଆହତ ବା ମୃତାହତ ହୋଇଥିବା ସୂଚନା ମିଳିନାହିଁ ।

ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଆଜି ସକାଳୁ ବର୍ଷା ପବନ ଲାଗି ରହିଛି । ସକାଳୁ ରାଜଧାନୀରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ହୋଇଥିଲା । ଏବେ ବି ଝିପିଝିପି ବର୍ଷା ଲାଗି ରହିଛି । ତେବେ ପ୍ରବଳ ବର୍ଷା ଯୋଗୁଁ ଚନ୍ଦ୍ରଶେଖରପୁର କ୍ଲବ ଟାଉନରେ ହୋଇଥିବା ଗଜଲକ୍ଷ୍ମୀ ତୋରଣ ଭୁଶୁଡ଼ିପଡିଥିଲା । ମା’ଙ୍କ ମୂର୍ତ୍ତି ଠିକ୍ ରହିଥିବା ବେଳେ ଯେତେ ସବୁ ଟେଣ୍ଟ, ଦୋକାନ, ମେଳାର ଜିନିଷ ସବୁକିଛି ଛାରଖାର ହୋଇଛି । ତୋରଣଟି ରାସ୍ତା ଉପରେ ପଡ଼ିଯିବାରୁ ସେହି ମାର୍ଗରେ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା  । ବର୍ତ୍ତମାନ ରାସ୍ତା ସଫା କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି   ।

 

Tags: