ବାଘଛାଲ ସହ ୮ ବେପାରୀ ଗିରଫ
ରାୟଗଡା : ବାଘ ଛାଲ ଡିଲ୍ ବେଳେ ମାଡ଼ି ବସିଲା ବନ ବିଭାଗ । ବାଘ ଛାଲ ଜବତ ସହ ୮ବେପାରୀ ଗିରଫ । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବନାଞ୍ଚଳ ରିବଲକଣାରେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଗୋଟିଏ ଚିତା ବାଘ ଛାଲକୁ ଏକ ଘରେ ମୁଲଚାଲ କରୁଥିବା ବେଳେ ବନ ବିଭାଗର ରେଞ୍ଜର ସଚ୍ଚିଦାନନ୍ଦ ପରିଡା ଓ ଫରେଷ୍ଟର ଶିବପ୍ରସାଦ ମହାପାତ୍ରଙ୍କ ନେତୃତ୍ବରେ ଏକ ଟିମ୍ ମାଡି ବସିଥିଲା । ଏହି ଚଢ଼ାଉରେ କଳାହାଣ୍ଡି ଏବଂ ରାୟଗଡ଼ା ଜଙ୍ଗଲ ବିଭାଗ ୱେଇମ ସାମିଲ ଥିଲେ । ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କୁ ତଦନ୍ତ ପାଇଁ ରାୟଗଡ଼ା ଅଣାଯାଉଥିବା ଜଙ୍ଗଲ ବିଭାଗ କର୍ମଚାରୀ ପ୍ରକାଶ କରିଛନ୍ତି ।
ଏହି ଘଟଣାରେ ପୋଲିସ କଳାହାଣ୍ଡି ଜିଲ୍ଲାର ୩ଜଣ ଓ ରାୟଗଡା ଜିଲ୍ଲାର ୫ଜଣଙ୍କୁ ଗିରଫ କରିବା ସହ ୩ଟି ବାଇକ୍ ଓ ମୋବାଇଲ୍ ଜବତ କରିଛି । ଜେରା ପରେ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି କୁହାଯାଇଛି । ସୂଚନାନୁସାରେ, ଗତ ୨ବର୍ଷ ମଧ୍ୟରେ ରାୟଗଡା ବନଖଣ୍ଡ ଅଂଚଳରୁ ପ୍ରାୟ ୧୦ଟି ବାଘଛାଲ ଜବତ କରାଯାଇଥିବା ସୂଚନା ମିଳିଛି ।
Tags:



