ତୀର୍ଥ ଯାତ୍ରୀ ବସ ଓଲଟି ୮ ଯାତ୍ରୀ ଆହତ
ବାଲେଶ୍ବର: ଓଲଟିଲା ତୀର୍ଥଯାତ୍ରୀ ବସ୍ , ଏକାଧିକ ଆହତ ହୋଇଛନ୍ତି । ବସଟି କୋଲକାତାରୁ ଭୁବନେଶ୍ବର ଯାଉଥିବାବେଳେ ଭାରସାମ୍ୟ ହରାଇ ବାଲେଶ୍ବର ଶେରଗଡ଼ ରୟାଲ ହୋଟେଲ ସମ୍ମୁଖରେ ଓଲଟି ପଡିଥିଲା । ଖନ୍ତାପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । କିଛି ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ଓ ଭୁବନେଶ୍ୱରର ସ୍ଥାନାନ୍ତର କରାଯାଇଛି । କେରଳରୁ ତୀର୍ଥଯାତ୍ରୀ ନେଇ ଭୁବନେଶ୍ୱର ଅଭିମୁଖେ ଯାଉଥିବାସୁଚନା ମିଳିଛି । ବସକୁ ଜବତ କରି ତଦନ୍ତ ଜାରି ରଖିଛି ପୋଲିସ ।
Tags:



