ଝାରପଡ଼ା ଜେଲରେ ୮ ଜଣ ଅନ୍ତେବାସୀ ଏଚଆଇଭି ପଜିଟିଭ୍ !

ଝାରପଡ଼ା ଜେଲରେ  ୮ ଜଣ ଅନ୍ତେବାସୀ ଏଚଆଇଭି ପଜିଟିଭ୍ !
Samaya Live News Picture
Published On

ଭୁବନେଶ୍ୱର : ଝାରପଡ଼ା ଜେଲରେ ୮ ଅନ୍ତେବାସୀ ଏଚଆଇଭି ସଂକ୍ରମିତ । ଚିନ୍ତାରେ ଜେଲ୍ କର୍ତ୍ତୃପକ୍ଷ । ବର୍ତ୍ତମାନ ସୁଦ୍ଧା ୮ ଜଣ ଅନ୍ତେବାସୀ ଏଚଆଇଭି ପଜିଟିଭ୍ ଥିବା ଜଣାପଡିଛି । ଏଚଆଇଭି ଆକ୍ରାନ୍ତ ରୋଗୀ ଚିହ୍ନଟ ପରେ ଭୟରେ ଅନ୍ୟ ଅନ୍ତେବାସୀ । ଏନେଇ ଏଚଆଇଭି ରୋଗୀଙ୍କ ଚିକିତ୍ସା ସ୍ବତନ୍ତ୍ର ଭାବେ ଧ୍ୟାନ ଦେବାକୁ ପୋକ୍ସୋ କୋର୍ଟ ଭୁବନେଶ୍ବର ଡିସିପି ଓ ଜେଲ କର୍ତୃପକ୍ଷଙ୍କୁ ଅବଗତ କରାଇଛନ୍ତି ଜଣେ କଏଦୀଙ୍କ ଆଡଭୋକେଟ୍ । ଚିଠି ଲେଖି ଏଚଆଇଭି ଆକ୍ରାନ୍ତଙ୍କ ପାଇଁ ସ୍ବତନ୍ତ୍ର ଭାବେ ଜେଲ ପରିସରରେ ଧ୍ୟାନ ଦେବାକୁ ଉଲ୍ଲେଖ କରାଯାଇଛି । ଏଭଳି ରୋଗୀ ରହିବା ପରେ ଯେପରି ତାଙ୍କର ସଶ୍ପର୍ଶରେ ଆସି ଅନ୍ୟମାନେ ଆକ୍ରାନ୍ତ ନ ହୁଅନ୍ତି । ଏକାଠି ଦାଢ଼ି କାଟିବା ଓ ସେଭଳି ସଂକ୍ରମଣ ଭଳି ସ୍ଥିତି ନ ଉପୁଜେ ସେ ଦିଗରେ ଧ୍ୟାନ ଦେବା ପାଇଁ ଓକିଲ ଜଣାଇଛନ୍ତି । ଏନେଇ ଜେଲ ସୁପରିଟେଣ୍ଡ କହିଛନ୍ତି ଯାହା ଆବଶ୍ୟକିୟ ପଦକ୍ଷେପ ନିଆଯିବା କଥା ଡାକ୍ତରଙ୍କ ପରାମର୍ଶ କ୍ରମେ ନିଆଯାଉଛି । କିଛି ଭୟଭୀତ ହେବାର ସ୍ଥିତି ନାହିଁ ।

ସୂଚନାନୁସାରେ, କିଛି ଦିନ ତଳେ ମହିଳା ଥାନା ଦ୍ୱାରା ଦୁଷ୍କର୍ମ ଅଭିଯୋଗରେ କୋର୍ଟଚାଲାଣ ହୋଇଥିବା ଅଭିଯୁକ୍ତ ଏଡସ ଆକ୍ରାନ୍ତ ହୋଇଥିଲେ । କୋଚିଂ ସେଣ୍ଟରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ କୋର୍ଟଚାଲାଣ କରିଥିଲା ମହିଳା ଥାନା ପୋଲିସ । ଏହାପରେ ଅଭିଯୁକ୍ତ ଜଣଙ୍କ ଏଚଆଇଭି ପଜିଟିଭ୍ ଥିବା ଜଣାପଡିଥିଲା । ଯାହାପରେ ଜେଲ୍ କର୍ତ୍ତୃପକ୍ଷରୁ ଚିଠି ଲେଖିଥିଲା ମହିଳା ଥାନା । ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଓ ଡିସିପିଙ୍କୁ ଚିଠି ଲେଖି ଏ ସଂପର୍କରେ ଅବଗତ ମଧ୍ୟ କରାଯାଇଛି ।

 

Tags: