ଆଜି ଭୁବନେଶ୍ବରରୁ ୮ଟି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ଆଜି ଭୁବନେଶ୍ବରରୁ ୮ଟି ଇଣ୍ଡିଗୋ ବିମାନ ଉଡାଣ  ବାତିଲ

ଭୁବନେଶ୍ୱର : ସାରା ଦେଶର ଇଣ୍ଡିଗୋ ବିମାନ ଚଳାଚଳରେ ଅଚଳାବସ୍ଥା ଜାରି ରହିଛି। ଏହାର ପ୍ରଭାବରେ ଆଜି ଭୁବନେଶ୍ବରରୁ ୮ଟି ବିମାନ ଉଡାଣ ବାତିଲ କରାଯାଇଛି । ଭୁବନେଶ୍ବରରୁ ଗୋଆ, ଦିଲ୍ଲୀ, ମୁମ୍ବାଇ ଓ ହାଇଦ୍ରାବାଦକୁ ବିମାନ ବାତିଲ ହୋଇଛି । କୋଲକାତା, ଡେରାଡୁନ, ଚେନ୍ନାଇ ଓ ବେଙ୍ଗାଲୁରୁକୁ ମଧ୍ୟ ବିମାନ ବାତିଲ ହୋଇଛି । ବିମାନ ବାତିଲ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ ।

ସମ୍ବନ୍ଧିତ ଖବର ଯାଜପୁର ପୋଲିସ ହାତରେ ଧରାପଡ଼ିଲେ ୧୪ କୁଖ୍ୟାତ ଡକାୟତ

ଏପର୍ଯ୍ୟନ୍ତ ସୁଧୁରୁନି ଇଣ୍ଡିଗୋ ସମସ୍ୟା । ବିମାନ ସୁରକ୍ଷା ନିୟାମକ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (DGCA) ୧ ଡିସେମ୍ବରଠାରୁ  ଇଣ୍ଡିଗୋ ଉଡ଼ାଣ ସୂଚୀ ୫% ହ୍ରାସ କରିଛି । ଏପରି ସଙ୍କଟର ସମ୍ମୁଖୀନ ହୋଇନଥିବା ହେତୁ ସରକାର ଇଣ୍ଡିଗୋକୁ ଏହାର ବିମାନ ଉଡାଣ ସ୍ବାଭାବିକ କରିବାକୁ ଏବଂ ଯାତ୍ରୀମାନଙ୍କ ଅସୁବିଧାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଚେତାବନୀ ସତ୍ତ୍ୱେ ବିମାନ ବାତିଲ ଜାରି ରହିଛି ।

ସମ୍ବନ୍ଧିତ ଖବର ମନ୍ତ୍ରୀ,ବିଧାୟକଙ୍କ ଦରମା ବୃଦ୍ଧି ହେବ !

 

ସମ୍ବନ୍ଧିତ ଖବର ନାଳରେ ପଡି ନାବାଳିକାଙ୍କ ମୃତ୍ୟୁ,ହତ୍ୟା ଅଭିଯୋଗ ଆଣିଲେ ସମ୍ପର୍କୀୟ

Tags: