ଆଜି ୮ ଘଣ୍ଟିଆ ଓଡିଶା ବନ୍ଦ,ଦୈନନ୍ଦିନ କାର୍ଯ୍ୟଧାରା ପ୍ରଭାବିତ

ଆଜି ୮ ଘଣ୍ଟିଆ ଓଡିଶା ବନ୍ଦ,ଦୈନନ୍ଦିନ କାର୍ଯ୍ୟଧାରା ପ୍ରଭାବିତ

ଭୁବନେଶ୍ବର: ଆଜି ୮ ଘଣ୍ଟିଆ ଓଡିଶା ବନ୍ଦ। ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ସକାଳ ୬ ରୁ ଅପରାହ୍ନ ୨ ଟା ଯାଏଁ ବନ୍ଦ ଡାକରା ଦେଇଛନ୍ତି । ଚକ,ଅଖ ବନ୍ଦ ଡାକରେ ଦିଆଯାଇଥିବାରୁ ଶିକ୍ଷାନୁଷ୍ଠାନ ସମେତ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ପ୍ରଭାବିତ ହୋଇଛି । ରାଜ୍ୟର ୩୦ ଟି ଜିଲ୍ଲାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ତେବେ  ବନ୍ଦ ପାଳନ ସମୟରେ କୌଣସି ଜରୁରିକାଳୀନ ସେବା ଯେପରି ବନ୍ଦ ନ ହେବ ସେଥିପ୍ରତି ଧ୍ୟାନ ଦିଆଯାଇଛି । ରାଜ୍ୟର ପ୍ରମୁଖ ଜାତୀୟ ରାଜପଥ ଓ ଛକ ଗୁଡ଼ିକରେ ପିକେଟିଂ କରାଯାଉଛି । 

ସମ୍ବନ୍ଧିତ ଖବର ଆମ ବସ ଚଳାଇବେ ମହିଳା ଡ୍ରାଇଭର

ଧାନକିଣା ଅବ୍ୟବସ୍ଥା, ଯାନବାହନ ପ୍ରଦୂଷଣ ସାର୍ଟିଫିକେଟ୍‌ ଆଳରେ ମାତ୍ରାଧିକ ତଣ୍ଡ ଆଦାୟ, ଟାଟା କମ୍ପାନିର ମନମାନି ବିରୋଧରେ ଆଜି ଓଡ଼ିଶା ବନ୍ଦ ଡାକରା ଦେଇଛି ନବନିର୍ମାଣ କୃଷକ ସଂଗଠନ । ଆଜିର ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସ, ବାମ ଦଳ ଓ ବିଭିନ୍ନ ସାମାଜିକ ସଂଗଠନ ସମର୍ଥନ ଜଣାଇଛନ୍ତି। ବିଜେଡି ଏହାକୁ ସ୍ବାଗତ କରିଥିଲେ ହେଁ ବିଧିବଦ୍ଧ ସମର୍ଥନ ଦେଇନାହିଁ । 

ସମ୍ବନ୍ଧିତ ଖବର ଦିବଙ୍ଗତ ସାମ୍ବାଦିକାଙ୍କ ଆତ୍ମୀୟଙ୍କ ପାଇଁ ୪ ଲକ୍ଷର ଅନୁକମ୍ପାମୂଳକ ସହାୟତା ପ୍ରଦାନ

ବନ୍ଦ ଡାକରା ନେଇ ନବନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଗତ ୧୭ ତାରିଖରେ ସାମ୍ବାଦିକ ସମ୍ମିଳନୀକରି ସୂଚନା ଦେଇଥିଲେ । 

ସମ୍ବନ୍ଧିତ ଖବର ଦେଢ଼ ଲକ୍ଷ ପାର କଲା ସୁନା ଦର

Tags: