ରାସ୍ତା ମଝିରେ ବେପରୁୱା ଗାଡି ଚାଳନା କରି ୭ ଯୁବକ ଗିରଫ

ରାସ୍ତା ମଝିରେ ବେପରୁୱା ଗାଡି ଚାଳନା କରି ୭ ଯୁବକ ଗିରଫ

ସମ୍ବଲପୁର : ମଝି ରାସ୍ତାରେ ଆମାନିଆଙ୍କ ଅଜବ କାରନାମା । ମହଙ୍ଗା ପଡିଲା ରାଜରାସ୍ତାରେ ମସ୍ତି I କାର ସହ ୭ ଜଣଙ୍କୁ ଅଟକ ରଖିଲା ପୋଲିସ । କିଛି ଯୁବକ ୫ରୁ ୬ ଟି କାରରେ ହୀରାକୁଦ ଦକ୍ଷିଣ ଡ୍ୟାମ ରାଇଟ୍ ଡାଇକ୍ ରେ ଫିଲ୍ମ ଷ୍ଟାଇଲରେ ଷ୍ଟଣ୍ଟ କରୁଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । କିଛି ଯୁବକ ଗାଡି ଉପରେ ବସିଥିବାବେଳେ ଆଉ କିଛି କାର୍ ଡୋର୍ ରେ ଠିଆ ହୋଇ ଷ୍ଟଣ୍ଟ କରୁଥିଲେ । ନିଜ ଜୀବନକୁ ବିପଦରେ ପକାଇବା ସହ ଅନ୍ୟ ଲୋକଙ୍କ ପ୍ରତି ମଧ୍ୟ ବିପଦ ସୃଷ୍ଟି କରୁଥିଲେ । 

ସମ୍ବନ୍ଧିତ ଖବର ନୂଆ ଖଣିଜ ନିୟମ ଲାଗୁ କରିବେ ସରକାର

କାର ଗୁଡ଼ିକ କେତେବେଳେ ସିଧା ତ ଆଉ କେତେବେଳେ ଅଙ୍କେଇ ବଙ୍କେଇ ଚଳାଉଥିଲେ। ଫଳରେ ରାସ୍ତାରେ ଅନ୍ୟଯାତ୍ରୀମାନେ ବଡ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଯୁବକଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁ ରାସ୍ତା ଅବରୋଧ ହେବା ସହ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା । ଭିଡିଓ ଭାଇରାଲ ହେବା ପରେ ତଦନ୍ତ କରି ୨ଟି କାର ସହ ୭ଯୁବକଙ୍କୁ ଗିରଫ କରିଛି ବୁର୍ଲା ଥାନା ପୋଲିସ । ଅନ୍ୟମାନଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ ଜାରି ରହିଛି ।

ସମ୍ବନ୍ଧିତ ଖବର ମାଓବାଦୀ ପ୍ରଭୁ ର ଆତ୍ମସମର୍ପଣ

Tags: