ରାଜଧାନୀରୁ ୭ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୩ ଅଟକ
ଭୁବନେଶ୍ୱର : ଅବକାରୀ ବିଭାଗକୁ ବଡ଼ ସଫଳତା । ରାଜଧାନୀ ଭୁବନେଶ୍ୱରରୁ ଟ୍ରକ ଭର୍ତ୍ତି ଗଞ୍ଜେଇ ଜବତ । ଶୁକ୍ରବାର ସହିଦନଗର ଥାନା ଅଞ୍ଚଳରୁ ପ୍ରାୟ ୭ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ । ଏହା ହେଉଛି ଶୀଳାବତୀ ଗଞ୍ଜେଇ । ତେବେ ଗଞ୍ଜେଇର ବାସ୍ନା ନବାହାରିବା ପାଇଁ ଏହାକୁ ସ୍ୱତନ୍ତ୍ର ଅଖାରେ ସିଲ କରି ଟ୍ରକ ରେ ଲଦାଯାଇ ରାଜ୍ୟ ବାହାରକୁ ଚାଲାଣ ହେଉଥିଲା । କନ୍ଧମାଳରୁ ଏହି ଟ୍ରକ ଭର୍ତ୍ତି ଗଞ୍ଜେଇ ଆସୁଥିଲା ବୋଲି ସୂଚନା ମିଳିଛି । ଏହି ମାମଲାରେ ୩ ଅଭିଯୁକ୍ତକୁ ଅବକାରୀ ବିଭାଗ ଗିରଫ କରିଛି । ଏମାନଙ୍କ ମଧ୍ୟରୁ ୨ ଜଣଙ୍କ ଘର ଅନୁଗୁଳରେ ଏବଂ ଜଣେ ଆଠଗଡ଼ ରୁ ଅଛନ୍ତି । ଏହି ଗଞ୍ଜେଇ ଚେର କେତେଦୂର ଯାଏଁ ଲମ୍ବିଚି ତଦନ୍ତ ଜାରି ରଖିଛି ଅବକାରୀ ବିଭାଗ ।
Tags:




