କୋଟିଆରେ ୭ ପ୍ଲାଟୁନ ପୋଲିସ ମୁତୟନ

କୋଟିଆରେ ୭ ପ୍ଲାଟୁନ ପୋଲିସ ମୁତୟନ
Samaya Live News Picture
Published On

କୋରାପୁଟ : ପୁଣି ତେଜିଲା କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତ ସୀମା ବିବାଦ ଇ କୋଟିଆ ଅଞ୍ଚଳରେ ଆନ୍ଧ୍ର ପ୍ରଦେଶ ସରକାରଙ୍କ ପଞ୍ଚାୟତ ନିର୍ବାଚନ ଘୋଷଣା ଏବଂ ଅନୁପ୍ରବେଶକୁ କେନ୍ଦ୍ର କରି ସୀମା ବିବାଦ ଚରମ ସୀମାରେ ପହଞ୍ଚିଛି । ଆନ୍ଧ୍ରର ନିର୍ବାଚନୀ କାର୍ଯ୍ୟକଳାପକୁ ରୋକିବା ପାଇଁ ଓଡ଼ିଶା ପୋଲିସ ବ୍ୟାରିକେଡ୍‌ କରିଥିବା ବେଳେ ଏହାକୁ ଆନ୍ଧ୍ର ପୋଲିସ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଫଳରେ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ନେରିଡ଼ିୱାଲସାରେ ଦୁଇ ରାଜ୍ୟର ପୋଲିସ ମୁହାଁମୁହିଁ ହୋଇଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଜାରି ରହିଥିବା ବେଳେ ପହଞ୍ଚିଛନ୍ତି କୋରାପୁଟ ଉପଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀ । ଆନ୍ଧ୍ର ପକ୍ଷରୁ କରାଯାଉଥିବା ପଞ୍ଚାୟତ ନିର୍ବାଚନରେ କୋଟିଆବାସୀ ଯେପରି ଭୋଟ ନଦିଅନ୍ତି, ସେଥିପାଇଁ ଓଡ଼ିଶା ପ୍ରଶାସନ ତରଫରୁ ବ୍ୟାପକ ସଚେତନତା ଓ ପ୍ରସ୍ତୁତି କରାଯାଉଛି ।

ଓଡ଼ିଶା ପୋଲିସ ପକ୍ଷରୁ ପୋଷ୍ଟ ସ୍ଥାପନ ହେବାର ୨୪ ଘଣ୍ଟା ନପୁରୁଣୁ ଆନ୍ଧ୍ର ସରକାର ମଧ୍ୟ ନିଜର ପୋଲିସ ଫୋର୍ସ ମୁତୟନ କରି ପରିସ୍ଥିତିକୁ ଉତ୍ତେଜନାପୂର୍ଣ୍ଣ କରିଛନ୍ତି । କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଘଟଣାସ୍ଥଳରେ ୧୪୪ ଧାରା ଜାରି ହୋଇଛି । 

ସେପଟେ, ନେରିଡିବାଲସା ଗ୍ରାମବାସୀ ଓଡ଼ିଶା ପ୍ରଶାସନ ଗୋ ବେକ ସ୍ଲୋଗାନ ଦେଇ ବିରୋଧ କରୁଥିବା ବେଳେ ଦୁଇ ରାଜ୍ୟ ପୋଲିସ ମୁହାଁମୁହିଁ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ସୋମବାର ରାତିରେ ଆନ୍ଧ୍ରରୁ ଆସିଥିବା ଏକ ଚାଉଳ ବୋଝେଇ ଟ୍ରକକୁ ଓଡ଼ିଶା ପୋଲିସ ଅଟକାଇଥିଲା । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି ।

ମଙ୍ଗଳବାର ଗାଁରେ ମୁତୟନ ହୋଇଥିବା ପୋଲିସକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଏପରକି ଗ୍ରାମବାସୀ ଏକତ୍ରିତ ହୋଇ ଅଞ୍ଚଳରୁ ପୋଲିସ ହଟାଯାଉ କହି ଓଡ଼ିଶା ପ୍ରଶାସନ ଗୋ ବେକ୍‌ ସ୍ଲୋଗାନ ଦେଇଛନ୍ତି।

Tags: