୭ ଜିଲ୍ଲାର ଇଂରାଜୀ ନାମର ହେବ ସଂଶୋଧନ
By: Samaya Live News
ଭୁବନେଶ୍ୱର : ଓଡ଼ିଆ ଅସ୍ମିତାର ପରିପ୍ରକାଶ । ରାଜ୍ୟର ୭ଟି ଜିଲ୍ଲାର ଇଂରାଜୀ ନାଁରେ ହେବ ସଂଶୋଧନ । ଏନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି । ଏଣିକି ଓଡ଼ିଆ ନାମ ଅନୁସାରେ ରହିବ ଇଂରାଜୀ ସ୍ପେଲିଙ୍ଗ । 'ଆର' ବଦଳରେ ଲେଖାଯିବ 'ଡ଼' । ମୋଟ୍ ୧୧ ଜିଲାର ୨୪ଟି ସ୍ଥାନର ଇଂରାଜୀ ନାମ ମଧ୍ୟ ସଂଶୋଧନ ହେବ । ୧୫ ଦିନ ଭିତରେ ଅଭିଯୋଗ କିମ୍ୱା ଆପତ୍ତି ଥିଲେ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
ବିଜ୍ଞପ୍ତି ଅନୁସାରେ, ଖୋର୍ଦ୍ଧା ଜିଲାକୁ ଓଡ଼ିଆ ନାମ ଅନୁସାରେ ଖୋରଧା ଲେଖାଯିବ । ମହାକାଳପରା ରୁ ହେବ ମହାକାଳପଡ଼ା । ଦେଓଗର ବଦଳରେ ଦେବଗଡ଼ ଲେଖାଯିବ । କେନ୍ଦ୍ରାପରା ରୁ କେନ୍ଦ୍ରାପଡ଼ା ଏବଂ ନୟାଗର କୁ ନୟାଗଡ଼ ଲେଖାଯିବ । ସେହପରି ଅନୁଗୁଳ ଜିଲା ଏବଂ ପାଲଲହଡ଼ାର ଇଂରାଜୀ ନାମ ପରିବର୍ତ୍ତନ ହୋଇପାରେ । ଏଥିରେ ପରିବର୍ତ୍ତନ ଆଣିବେ ସରକାର ।
ସମ୍ବନ୍ଧିତ ଖବର ନିୟମ ଅନୁଯାୟୀ ପଞ୍ଚାୟତ ନିର୍ବାଚନ ହେବା ଦରକାର - ଭକ୍ତ
ସମ୍ବନ୍ଧିତ ଖବର କୋଟିଆ ଓଡ଼ିଶାରେ ଥିଲା ରହିବ - ଆଇନମନ୍ତ୍ରୀ
Tags:



