୬୯ ମଣ୍ଡି ନୋଡାଲ ଅଫିସରଙ୍କ ଦରମା ବନ୍ଦ !
By: Samaya Live News
ଜଗତସିଂହପୁର : ନୋଡାଲ ଅଫିସରଙ୍କ ଦରମା ବନ୍ଦ । ଧାନ ମଣ୍ଡିରେ ଅନୁପସ୍ଥିତ ଯୋଗୁଁ ଜଗତସିଂପୁର ଜିଲ୍ଲାପାଳ କଡା ଆକ୍ସନ ନେଇ ୬୯ ଜଣଙ୍କ ମାସକର ଦରମା ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି । ମାର୍ଚ୍ଚ ମାସର ଦରମା ବନ୍ଦ ରହିବ । ପରବର୍ତ୍ତୀ ଆଦେଶ ଯାଏଁ ଦରମା ବନ୍ଦ ରହିବ । ସେହିପରି କାରଣ ଦର୍ଶାଅ ନୋଟିସ ସହ ୩ଦିନ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।
ଚଳିତ ବର୍ଷ PEO, RI, VLW ଙ୍କୁ ନୋଡାଲ ଅଫିସର ଦାୟିତ୍ୱ ଦିଆଯାଇଥିଲା । ତେବେ ଧାନ କ୍ରୟ କେନ୍ଦ୍ରରେ ମନମୁଖୀ ଅନୁପସ୍ଥିତ ରହୁଥିଲେ ଅଫିସର । ଜିଲ୍ଲାର ବିରିଡି ସମସ୍ତ ବ୍ଲକ ରେ ଥିବା ବିଭିନ୍ନ ନୋଡାଲ ଅଫିସରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ସୂଚନା ରହିଛି ।
ସମ୍ବନ୍ଧିତ ଖବର ବ୍ଲେଡ ଆକ୍ରମଣରେ କଲେଜ ଛାତ୍ରୀ ଗୁରୁତର
ସମ୍ବନ୍ଧିତ ଖବର ପ୍ରଥମ ଥର ରାଜ୍ୟ ବାହାରେ ହେବ 'ଓଡିଶା ମହୋତ୍ସବ'
Tags:



