ବାରବାଟୀରେ ମୁତୟନ ହେବେ ୬୨ ପ୍ଲାଟୁନ୍‌ ପୁଲିସ: ଭୁବନେଶ୍ୱରରୁ ବାରବାଟୀକୁ ଚାଲିବ ସ୍ୱତନ୍ତ୍ର ‘ମୋ ବସ୍‌’

ଭୁବନେଶ୍ୱର: ବହୁ ପ୍ରତିକ୍ଷୀତ ବାରବାଟୀ ଟି-୨୦ ମ୍ୟାଚ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି । ମ୍ୟାଚ ପାଇଁ ୬୨ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ବାରବାଟୀ ଷ୍ଟାଡିୟମରେ ସୁରକ୍ଷା ଯାଞ୍ଚ ପରେ ପୁଲିସ କମିସନର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ମ୍ୟାଚର ସୁରକ୍ଷା ପାଇଁ ୪ ଡିସିପି, ୭ ଅତିରିକ୍ତ ଡିସିପି, ୨ ଶହ ଅଫିସର ଦାୟିତ୍ୱରେ ରହିବେ । ସ୍ପେଶାଲ ଟାକଫିକାଲ ଟିମ୍‌ ସହ ୪ କୁଇକ୍‌ […]

Samaya Live Picture
Published On

ଭୁବନେଶ୍ୱର: ବହୁ ପ୍ରତିକ୍ଷୀତ ବାରବାଟୀ ଟି-୨୦ ମ୍ୟାଚ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି । ମ୍ୟାଚ ପାଇଁ ୬୨ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ବାରବାଟୀ ଷ୍ଟାଡିୟମରେ ସୁରକ୍ଷା ଯାଞ୍ଚ ପରେ ପୁଲିସ କମିସନର ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ମ୍ୟାଚର ସୁରକ୍ଷା ପାଇଁ ୪ ଡିସିପି, ୭ ଅତିରିକ୍ତ ଡିସିପି, ୨ ଶହ ଅଫିସର ଦାୟିତ୍ୱରେ ରହିବେ । ସ୍ପେଶାଲ ଟାକଫିକାଲ ଟିମ୍‌ ସହ ୪ କୁଇକ୍‌ ଆକ୍ସନ ଟିମ୍‌ ମଧ୍ୟ ମୁତୟନ ହେବେ । ଦର୍ଶକମାନଙ୍କ ପାଇଁ ୫ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯିବ ବୋଲି କମିସନରଟେ ପୁଲିସ ପକ୍ଷରୁ କୁହାଯାଇଛି । ଦର୍ଶକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବାରବାଟୀ ଟି-୨୦ ପାଇଁ ସ୍ୱତନ୍ତ୍ର ‘ମୋ ବସ୍‌ ସେବା’ ରହିବ । ଏହି ବସ୍‌ ସେବା ଭୁବନେଶ୍ୱରରୁ ବାରବାଟୀକୁ ୨ଟି ରୁଟ୍‌ ଦେଇ ଚାଲିବ । ମାଷ୍ଟରକ୍ୟାଣ୍ଟିନରୁ ଭାୟା ରସୁଲଗଡ଼ ଦେଇ ମୋ ବସ୍‌ ବାରବାଟୀରେ ପହଞ୍ଚି । ସେହିଭଳି ଅନ୍ୟ ରୁଟ ହେଲା ବରମୁଣ୍ଡା ବସଷ୍ଟାଣ୍ଡରୁ ଭାୟା ପଟିଆ ଦେଇ ବାରବାଟୀ । ଯାତ୍ରୀମାନଙ୍କ ପାଇଁ ବସ୍‌ ଭଡ଼ା ୪୦ ଟଙ୍କା ରଖାଯାଇଛି ।

ବାରବାଟୀରେ ମୁତୟନ ହେବେ ୬୨ ପ୍ଲାଟୁନ୍‌ ପୁଲିସ: ଭୁବନେଶ୍ୱରରୁ ବାରବାଟୀକୁ ଚାଲିବ ସ୍ୱତନ୍ତ୍ର ‘ମୋ ବସ୍‌’

ସୂଚନାଯୋଗ୍ୟ, ଆସନ୍ତା ୧୨ ତାରିଖ ଦିନ ଐତିହାସିକ ବାରବାଟୀ ଷ୍ଟାଡିୟମରେ ୫ଟି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ ଖେଳାଯିବ । ଏଥି ପାଇଁ ଉଭୟ ଭାରତ ଓ ଦ.ଆଫ୍ରିକାର ଟିମ୍‌ ଆଜି ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି । ଖେଳାଳିମାନେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଲା ପରେ ସ୍ୱାଗତ କରାଯାଇଥିଲା । ଏହା ପରେ ସେମାନଙ୍କୁ କଡ଼ା ସୁରକ୍ଷା ଭିତରେ ରାଜଧାନୀର ଏକ ବିଳାଶମୟ ହୋଟେଲକୁ ନିଆଯାଇଥିଲା । ହୋଟେଲରେ ମଧ୍ୟ ଖେଳାଳିମାନଙ୍କୁ ପାରମ୍ପରିକ ବାଦ୍ୟ ବଜାଇ ଓ ଫୁଲତୋଡା ଦେଇ ସ୍ୱାଗତ କରାଯାଇଥିଲା । ଉଭୟ ଦଳର ଖେଳାଳି ୨ୟ ମୁକାବିଲା ପୂର୍ବରୁ ଜୁନ୍‌ ୧୧ ତାରିଖ ଅପରାହ୍ନ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ବାରବାଟୀ ଯାଇ ନେଟ୍‌ରେ ଅଭ୍ୟାସ କରିବେ ।