ଜାନୁୟାରୀ ୫ ରୁ ଓଡ଼ିଶାରେ ଆରମ୍ଭ ହେବ 5G ସେବା

ଭୁବନେଶ୍ୱର : ଆସନ୍ତା କାଲିଠାରୁ ଓଡ଼ିଶାରେ ଆରମ୍ଭ ହେବ ୫ଜଇ ସେବା I ଓଡ଼ିଶା ରେ ଦୁଇ ଟେଲିକମ ଅପରେଟର ରିଲାଏନ୍ସ ଜିଓ ଏବଂ ଏୟାରଟେଲ୍କୁ ମିଳିଛି ଅନୁମତି । ସେଥିପାଇଁ ଅଟୋମେଟିକ୍ ନେଟୱର୍କ ପ୍ରସ୍ତୁତି ଶେଷ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ଓ କଟକ ସହରରେ ଏହି ୫ଜି ସେବା ଆରମ୍ଭ ହେବାକୁ ଯାଉଛି। ପରବର୍ତ୍ତୀ ସମୟରେ ରାଜ୍ୟର ଅନ୍ୟାନ୍ୟ ସହର ସହ ଗ୍ରାମାଞ୍ଚଳ‌ରେ ଏହି ସେବା ଉପଲବ୍ଧ ହେବାର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ […]

Samaya Live Picture
Published On

ଭୁବନେଶ୍ୱର : ଆସନ୍ତା କାଲିଠାରୁ ଓଡ଼ିଶାରେ ଆରମ୍ଭ ହେବ ୫ଜଇ ସେବା I ଓଡ଼ିଶା ରେ ଦୁଇ ଟେଲିକମ ଅପରେଟର ରିଲାଏନ୍ସ ଜିଓ ଏବଂ ଏୟାରଟେଲ୍କୁ ମିଳିଛି ଅନୁମତି । ସେଥିପାଇଁ ଅଟୋମେଟିକ୍ ନେଟୱର୍କ ପ୍ରସ୍ତୁତି ଶେଷ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ଓ କଟକ ସହରରେ ଏହି ୫ଜି ସେବା ଆରମ୍ଭ ହେବାକୁ ଯାଉଛି। ପରବର୍ତ୍ତୀ ସମୟରେ ରାଜ୍ୟର ଅନ୍ୟାନ୍ୟ ସହର ସହ ଗ୍ରାମାଞ୍ଚଳ‌ରେ ଏହି ସେବା ଉପଲବ୍ଧ ହେବାର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସେବାର ଲୋକାର୍ପଣ କରିବେ ବୋଲି ଜଣାପଡ଼ିଛି । ରାଜ୍ୟରେ ଫାଇଭ୍ ଜି ସେବା ପାଇଁ ଜାନୁଆରୀ ୨ ତାରିଖ ସୁଦ୍ଧା ୫୦୧ଟି ବିଟିଏସ୍ ପ୍ରସ୍ତୁତ ହୋଇସାରିଛି ।

ଗତବର୍ଷ ଅକ୍ଟୋବର ପହିଲାରେ ଫାଇଭ୍ ଜି ସେବା ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିଲା । ଦେଶର ୧୩ ସହରରେ ଏହି ସେବା ଆରମ୍ଭ ହୋଇଥିବା ବେଳେ ଏଥିରେ ଓଡ଼ିଶାର କୌଣସି ସହର ନ ଥିଲେ ମଧ୍ୟ ରାଷ୍ଟ୍ରପତିଙ୍କ ଗାଁ ମୟୂରଭଞ୍ଜର ପାହାଡପୁର ବାସିନ୍ଦା ପାଇଥିଲେ ୫ଜି ସେବାର ଅନୁଭୂତି। ଇଣ୍ଟରନେଟ ଦୁନିଆରେ ବୈପବ୍ଳିକ ପରିବର୍ତ୍ତନ ଆଣୁଥିବା ୫ଜି ନେଟୱର୍କ ମିଳିଲେ ଓଡିଶାବାସୀ ଅନେକ ସୁବିଧା ପାଇପାରିବେ। ୪ଜି ତୁଳନାରେ ୧୦ ଗୁଣ ଅଧିକ ରହିବ ୫ଜି ଇଣ୍ଟରନେଟ ସ୍ପିଡ। ଜାନୁଆରୀ ୨୬ ପୂର୍ବରୁ ରାଜ୍ୟରେ ଫାଇଭ୍ ଜି ସେବା ଆରମ୍ଭ ହେବ ବୋଲି ପୂର୍ବରୁ ସୂଚନା ଦେଇଥିଲେ ଅଶ୍ୱିନୀ ବୈଷ୍ଣବ ।