ଓଡ଼ିଶାରେ ଆରମ୍ଭ ହେଲା 5G ସେବା

ଭୁବନେଶ୍ୱର : କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର ରୁ ଶୁଭାରମ୍ଭ କରିଛନ୍ତି 5G ସେବା I ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ଅଡିଟୋରିୟମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦୁଇ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଉପସ୍ଥିତିରେ ଏହି ସେବା ଆରମ୍ଭ ହୋଇଛି । ଏଣିକି 4G ତୁଳନାରେ ୧୦ ଗୁଣା ଅଧିକ ସ୍ପିଡ୍ ହେବ ଇଣ୍ଟରନେଟ୍ । ଏହାସହ ଶ୍ରୀ ବୈଷ୍ଣବ ଗ୍ରାମାଞ୍ଚଳରେ ୧୦୦ଟି ୪- ଜି […]

Samaya Live Picture
Published On

ଭୁବନେଶ୍ୱର : କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର ରୁ ଶୁଭାରମ୍ଭ କରିଛନ୍ତି 5G ସେବା I ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ଅଡିଟୋରିୟମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦୁଇ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଉପସ୍ଥିତିରେ ଏହି ସେବା ଆରମ୍ଭ ହୋଇଛି । ଏଣିକି 4G ତୁଳନାରେ ୧୦ ଗୁଣା ଅଧିକ ସ୍ପିଡ୍ ହେବ ଇଣ୍ଟରନେଟ୍ । ଏହାସହ ଶ୍ରୀ ବୈଷ୍ଣବ ଗ୍ରାମାଞ୍ଚଳରେ ୧୦୦ଟି ୪- ଜି ଟାୱାରର ମଧ୍ୟ ଶୁଭାରମ୍ଭ କରିବେ ।

ଦେଶର ୫୦ଟି ସହରରେ 5G ସେବା ଆରମ୍ଭ ହୋଇଥିବା ବେଳେ ଗୁରୁବାର ଓଡ଼ିଶାରେ 5G ଟେଲିକମ୍ ସେବା ଆରମ୍ଭ ହୋଇଛି । ପ୍ରଥମେ ଭୁବନେଶ୍ୱର,କଟକ ସମେତ ରାଜ୍ୟର ମୁଖ୍ୟ ସହର ଗୁଡ଼ିକ 5G ନେଟୱର୍କ ସହ ଯୋଡ଼ି ହେବ । ଧୀରେ ଧୀରେ ଗ୍ରାମାଞ୍ଚଳରେ ମଧ୍ୟ ଏହା ଉପଲବ୍ଧ ହେବ । ୫ଜି ସେବା ଆରମ୍ଭ ହେଲେ କେଉଁ ସହରର କେତେ ଅଞ୍ଚଳରେ ଏହା ଉପଲବ୍ଧ ହେବ, ଉପଭୋକ୍ତାଙ୍କୁ କେତେ ସ୍ପିଡରେ ବ୍ରାଉଜିଂ ସୁବିଧା ମିଳିବ, ସେନେଇ କୌଣସି ଟେଲିକମ୍ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇନି।

ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଏବଂ ଏୟାରଟେଲ୍ ଏହି ସେବା ପ୍ରଦାନ କରିବେ । ରାଜ୍ୟରେ 5G ସେବା ପାଇଁ ଜାନୁଆରୀ ୨ ତାରିଖ ସୁଦ୍ଧା ୫୦୧ଟି ବିଟିଏସ୍ ପ୍ରସ୍ତୁତ ହୋଇସାରିଛି । ଜାନୁଆରୀ ୨୬ ପୂର୍ବରୁ ରାଜ୍ୟରେ 5G ସେବା ଆରମ୍ଭ ହେବ ବୋଲି ପୂର୍ବରୁ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଥିଲେ ।