ଫେବୃୟାରୀ ୫ରୁ ରାଜ୍ୟରେ କାର୍ଯ୍ୟକ୍ଷମ ହେବ ୫୭ଟି ସବ୍-ରେଜିଷ୍ଟ୍ରାର ଅଫିସ

ଭୁବନେଶ୍ୱରକୁ ୩ ଏବଂ କଟକକୁ ୨ଟି ତହସିଲରେ ବିଭକ୍ତ କରାଯିବ

ଫେବୃୟାରୀ ୫ରୁ ରାଜ୍ୟରେ କାର୍ଯ୍ୟକ୍ଷମ ହେବ ୫୭ଟି ସବ୍-ରେଜିଷ୍ଟ୍ରାର ଅଫିସ

ଭୁବନେଶ୍ଵର : ରାଜ୍ୟରେ କାର୍ଯ୍ୟକ୍ଷମ ହେବ ୫୭ଟି ସବ୍-ରେଜିଷ୍ଟ୍ରାର ଅଫିସ ବା ଉପନିବନ୍ଧନ କାର୍ଯ୍ୟାଳୟ। ଫେବୃୟାରୀ ୫ରୁ ହେବ କାର୍ଯ୍ୟକ୍ଷମ। ଜମି କିଣା-ବିକା ଏବଂ ପଞ୍ଜୀକରଣରେ ହେବ ସୁବିଧା। ରାଜସ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ। ଏବେ ୩୨୨ଟି ସବ୍-ରେଜିଷ୍ଟ୍ରାର ଅଫିସ ରହିଛି। ଆଗକୁ ଆହୁରି ସବ୍-ରେଜିଷ୍ଟ୍ରାର ଅଫିସ କାର୍ଯ୍ୟକ୍ଷମ ହେବା ପରେ ଜମି କିଣା-ବିକା ପଞ୍ଜୀକରଣରେ ଆହୁରି ସୁବିଧା ହେବ।

ସମ୍ବନ୍ଧିତ ଖବର ବିଦ୍ୟାଳୟରେ ଝାଡ଼ାବାନ୍ତି ଆତଙ୍କ

ସେହିପରି  ଆଗକୁ ପ୍ରତ୍ୟେକ ପଞ୍ଚାୟତ ଅଫିସରେ ଖୋଲିବା ଗୋଟିଏ ଆରଆଇ ଅଫିସ । ୨  ଟା ପଞ୍ଚାୟତକୁ ନେଇ ଗୋଟିଏ ଆରଆଇ ଅଫିସ ଓ ପରେ ଗୋଟିଏ ପଞ୍ଚାୟତରେ ଗୋଟିଏ ଆରଆଇ ଅଫିସ ଖୋଲିବ । ଫଳରେ ଅନେକ ଆରଆଇ ଓ ଅମିନ ନିଯୁକ୍ତି ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । 

ସମ୍ବନ୍ଧିତ ଖବର ଅଜିତ ପାୱାରଙ୍କ ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଶୋକ ବ୍ୟକ୍ତ

ଗତକାଲି  ସମ୍ବଲପୁର ଗସ୍ତରେ ଯାଇ  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ ରାଜସ୍ବ ମନ୍ତ୍ରୀ । ବୈଠକରେ ମନ୍ତ୍ରୀ କହିଥିଲେ, ” ଆଗାମୀ ଦିନରେ ଲୋକଙ୍କୁ ଉତ୍ତମ ସେବା ଦେବା ପାଇଁ ସମ୍ବଲପୁର ତହସିଲ ୨ ଭାଗରେ ବିଭକ୍ତ ହେବ । ହୀରାକୁଦ ଓ ବୁର୍ଲା ସହରକୁ ନେଇ ବୁର୍ଲାରେ ଏକ ନୂତନ ତହସିଲ ଗଠିତ ହେବାକୁ ଯାଉଛି । ଏହା ସହ ରାଜଧାନୀ ଭୁବନେଶ୍ୱରକୁ ଆଗାମୀ ଦିନରେ ୩ ଟି ତହସିଲରେ ବିଭକ୍ତ କରାଯିବାକୁ ଥିବା ବେଳେ କଟକକୁ ୨ ଟି ତହସିଲ କରାଯିବ । କେଉଁ କେଉଁ ଅଞ୍ଚଳକୁ ନେଇ କଟକ ଓ ଭୁବନେଶ୍ୱରର ତହସିଲ ବିଭକ୍ତ ହେବ ତାହା ଏହି ସପ୍ତାହ ଭିତରେ ନିଷ୍ପତି ହୋଇଯିବ ।

ସମ୍ବନ୍ଧିତ ଖବର ପୁରୀ ଜିଲ୍ଲାପାଳଙ୍କୁ ଅଦାଲତ ଅବମାନନା ନୋଟିସ

 

Tags: