ପେଟ୍ରୋଲ ପମ୍ପ ରେ ମିଳିବ ୫ କେଜି ର ଗ୍ୟାସ

ପେଟ୍ରୋଲ ପମ୍ପ ରେ ମିଳିବ ୫ କେଜି ର ଗ୍ୟାସ
Samaya Live News Picture
Published On

ଭୁବନେଶ୍ୱର : ରାଜ୍ୟର ପେଟ୍ରୋଲ ପମ୍ପରେ ମିଳିବ ୫ କେଜି ଏଲପିଜି ଗ୍ୟାସ । ଏନେଇ ସୂଚନା ଦେଇଛନ୍ତି , ଯୋଗାଣ ମନ୍ତ୍ରୀ କୃଷ୍ଣଚଦ୍ର ପାତ୍ର। ୫ କେଜିର ଏଲପିଜି ଗ୍ୟାସ ପ୍ରଚୁର ମାତ୍ରାରେ ଉପଲବ୍ଧ ହେବ। କେନ୍ଦ୍ରସରକାରଙ୍କ ଫ୍ରି ଟେଡ୍ ଏଲପିଜି ସ୍କିମରେ ଉପଲବ୍ଧ ହେବ। ଦେଶରେ ୩ଗ୍ୟାସ କମ୍ପାନୀ ଏହା ଉପଲବ୍ଧ କରାଇବେ । କେବଳ ପରିଚୟପତ୍ର  ଦେଖାଇ ୫ କେଜିର ଗ୍ୟାସ ନେଇପାରିବେ । ୫କେଜି ଟାଙ୍କି  ସହ ୧୫୩୭ଟଙ୍କା, କେବଳ ରିଫିଲିଂ ପାଇଁ ୫୯୩ଟଙ୍କା ପଡିବ। କେବଳ କମ୍ପାନୀ ପ୍ରଦତ୍ତ ସିଲିଣ୍ତରରେ ରିଫିଲିଂ ହେବ। ଅନ୍ୟ ସିଲିଣ୍ତର ହେବନି। ରିଫିଲ ପାଇଁ କୌଣସି  ଦୈନିକ କଟକଣା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି । 

ସେ ଆହୁରି ମଧ୍ୟ କହିଛନ୍ତି , ବୁଧବାର ସୁଦ୍ଧା ରାଜ୍ୟର ୩୦ଟି  ଜିଲ୍ଲାର ୧୯୧୫ଟି ସ୍ଥାନରେ ଯାଞ୍ଚ  କରାଯାଇଛି । ଏହି ସବୁ ସ୍ଥାନରୁ  ୩୪୩୫ ସିଲିଣ୍ଡର ଜବତ କରାଯାଇଛି I ଏହା ବ୍ୟତୀତ ଅତ୍ୟାବଶ୍ୟକୀୟ ସାମଗ୍ରୀ  ଅଧିନିୟମ ଅନୁଯାୟୀ ୩୨୩ ମାମଲା  ରୁଜୁ କରାଯିବା ସହ ୨୩ଟି ମାମଲା ରୁଜୁ କରାଯାଇଛି । ସେହିପରି ଧାନ କିଣା  ସମ୍ପର୍କରେ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ,ଚାଷୀଙ୍କ ଠାରୁ ଧାନକିଣାରେ ରେକର୍ଡ ହୋଇଛି । ଚଳିତବର୍ଷ ୭୭ ଲକ୍ଷ ୭୯ହଜାର ମେଟ୍ରିକ ଟନ ଧାନ କିଣାଯାଇଛି  । ମୋଟ ଉପରେ ୧୮ଲକ୍ଷ ଚାଷୀ ଧାନ ବିକ୍ରି କରିଛନ୍ତି । ଏଥିପାଇଁ ୧୭ ଲକ୍ଷ ୮୯୧ କୋଟି ଟଙ୍କା ପ୍ରଦାନ କରାଯାଇଛି । ଇନପୁଟ ସବସିଡି ବାବଦକୁ ୬ ହଜାର ୨୨୩ କୋଟି ଦିଆଯାଇଛି  । ଗତକାଲି ରାତି ୧୨ ପର୍ଯ୍ୟନ୍ତ ଧାନ କିଣା ଯାଇଛି। ଜଣେ ବି ଚାଷୀ ବଳକା ନାହାନ୍ତି, ଚାଷୀମାନେ ବହୁତ ଖୁସି ଅଛନ୍ତି ବୋଲି ଯୋଗାଣ  ମନ୍ତ୍ରୀ ସୂଚନା ଦେଇଛନ୍ତି।

Tags: