ଗ୍ରାମବାସୀଙ୍କ ଆକ୍ରମଣରେ ୫ ବନ କର୍ମଚାରୀ ଆହତ

ଗ୍ରାମବାସୀଙ୍କ ଆକ୍ରମଣରେ ୫ ବନ କର୍ମଚାରୀ ଆହତ
Samaya Live News Picture
Published On

ମୟୁରଭଞ୍ଜ : ଦନ୍ତାହାତୀ ଘର ଭାଙ୍ଗିବା ପରେ ଜଣ ଆକ୍ରୋଶ । ବନ ଅଧିକାରୀଙ୍କୁ ମାଡ଼ ମାରିବା ସହ ଗାଡି ଭାଙ୍ଗିଲେ ଗ୍ରାମବାସୀ । ଗ୍ରାମବାସୀଙ୍କ ଆକ୍ରମଣରେ ୫ ବନ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି । ମୟୁରଭଞ୍ଜ ଡୁକୁରା ବନାଞ୍ଚଳ କର୍ମଚାରୀଙ୍କୁମାନେ ବହଳଦା ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହୋଇଛନ୍ତି । ଆକ୍ରମଣରେ ଡୁକୁରା ବନାଞ୍ଚଳ ଫରେଷ୍ଟର ଖଗେଶ୍ୱର ସେଠି, ୨ ଫରେଷ୍ଟ ଗାର୍ଡ ଏବଂ ୩ କର୍ମଚାରୀ ଆହତ ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରେ ଅଛନ୍ତି ଜଣେ ମହିଳା ଫରେଷ୍ଟ ଗାର୍ଡ। ପରେ ଘଟଣାସ୍ଥଳରେ ଖୁଣ୍ଟା ପୋଲିସ ପହଁଚି ସେମାନଙ୍କୁ ଉଦ୍ଧାର କରିଛି ।

ସୂଚନା ଅନୁସାରେ, ଶିମିଳିପାଳରୁ ଏକ ଦନ୍ତାହାତୀ ଜନବସତି ମୁହାଁ ହୋଇଥିଲା । ଏହାକୁ ଜଙ୍ଗଲକୁ ଘଉଡାଇବା ପାଇଁ ବନବିଭାଗ ପ୍ରୟାସ ଜାରି ରଖିଥିଲା ବେଳେ ହାତୀଟି ବହଳଦା ଅଞ୍ଚଳରେ ପ୍ରବେଶ କରି କିଛି ଘର ଭାଙ୍ଗିଦେଇଥିଲା । ଏଥିରେ ଗ୍ରାମବାସୀ ଉତ୍ୟକ୍ତ ହୋଇ ହାତୀ ଘଉଡାଇବାକୁ ଯାଇଥିବା ୭ଜଣ ବନକର୍ମଚାରୀଙ୍କୁ ଅଟକାଇ ନିସ୍ତୁକ ମାଡମାରିବା ସହ ବଲେରୋ ଗାଡିଟିକୁ ଭାଙ୍ଗିରୁଜି ଦେଇଛନ୍ତି । ପରିସ୍ଥିତି ନିୟନ୍ତ୍ରଣାଧୀନ ହେବାରୁ ବାରିପଦାରୁ ଅଧିକ ବନକର୍ମଚାରୀ ଯାଇ ଫସିରହିଥିବା ସମସ୍ତଙ୍କୁ ଉଦ୍ଧାର କରିଥିଲେ । ଅନ୍ୟପଟେ ସ୍ଥାନୀୟ ଲୋକଙ୍କ କହିବା କଥା ଅପରାହ୍ନ ସମୟରୁ ହାତୀ ଜନବସତି ମୁହାଁ ହୋଇଥିବା ଖବର ବନବିଭାଗକୁ ଦିଆଯାଇଥିଲା ।

 

Tags: