ଟୁରିଷ୍ଟ ବସ ଦୁର୍ଘଟଣାରେ ୫ ମୃତ, ୩୦ ଆହତ
୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ନୟାଗଡ଼ : ତୀର୍ଥଯାତ୍ରୀ ବସ ଓଲଟି ୫ ମୃତ, ୩୦ରୁ ଉର୍ଦ୍ଧ୍ବ ଆହତ ରାସ୍ତା । ଗତ ବିଳମ୍ବିତ ରାତିରେ ବ୍ରହ୍ମପୁରରୁ ଏକ ଘରୋଇ ବସ ହରିଶଙ୍କର ଅଭିମୁଖେ ଯାଉଥିବାବେଳେ ନୟାଗଡ଼ ଦଶପଲ୍ଲା ନିକଟରେ ରାସ୍ତା କଡରେ ଥିବା ଏକ ବଡ଼ ପଥର ସହ ପିଟିହୋଇ ଓଲଟି ପଡିଥିଲା । ଦୁର୍ଘଟଣାରେ ଗାଡି ଚାଳକଙ୍କ ସହ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ରହିଛନ୍ତି। ବସରେ ପ୍ରାୟ ୫୦ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିଲେ। ମୃତାହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଦଶପଲ୍ଲା ପୋଲିସ ଓ ଦମକଳ ବାହିନୀ ପହଂଚି ସମସ୍ତ ଙ୍କୁ ଉଦ୍ଧାର କରି ପ୍ରଥମେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ୭ ଜଣକର ଅବସ୍ଥା ଅଧିକ ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା ।
ଅନ୍ୟପଟେ , ଦୁର୍ଘଟଣାରେ ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିବା ସହିତ ଆହତ ମାନଙ୍କୁ ଉତ୍କୃଷ୍ଟ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ନିର୍ଦେଶ ଦେଇଛନ୍ତି । ସେହିପରି ମୃତକଙ୍କ ପାଇଁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ସିଏମଆରଏଫ (CMRF) ରିଲିଫ ପାଣ୍ଠିରୁ ଏହି ସହାୟତା ରାଶି ଯୋଗାଇ ଦିଆଯିବ ।




