ହାଇୱା -ବୋଲେରୋ ଧକ୍କାରେ ୫ମୃତ, ୧୧ ଆହତ

ହାଇୱା -ବୋଲେରୋ ଧକ୍କାରେ ୫ମୃତ, ୧୧ ଆହତ
Samaya Live News Picture
Published On

ଯାଜପୁର : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱା -ବୋଲେରୋ ଧକ୍କାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୧ ଜଣ ଆହତ ହୋଇଛନ୍ତି  ମୃତ । ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଯାଜପୁର ଜିଲ୍ଲା୫୩ ନମ୍ବର ଜାତୀୟ ରାଜପଥ ଜେନାପୁର ବରଡ଼ା ଛକରେବେହେରା ଟାଙ୍କି ନିକଟରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା । ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଜେନାପୁର ଥାନା ବଡ଼ଚଣା ଅନ୍ତର୍ଗତ ପୁରୁଷୋତ୍ତମପୁରର ସଞ୍ଜୟନଗର, ଏକ ଆଦିବାସୀ ଅଧ୍ୟୁଷିତ ଗ୍ରାମର ଲୋକେ କେନ୍ଦୁଝରକୁ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । ବିବାହରେ ଯୋଗ ଦେଇ ସକାଳୁ ସକାଳୁ ଏକ ବୋଲେରୋ ଗାଡ଼ିରେ ଘରକୁ ଫେରୁଥିବାବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ବୋଲେରୋଟି ଜେନାପୁର ଥାନା ବରଡ଼ା ବେହେରା ଟାଙ୍କୀ ଛକ ନିକଟରେ ଏକ ହାଇୱାକୁ ପଛରୁ ପିଟିଥିଲା । ଫଳରେ ଡ୍ରାଇଭର ସମେତ ପ୍ରାୟ ୧୩-୧୪ ଜଣ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ୫ ଜଣଙ୍କୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା, ଜଣେ ଯୁବତୀ ଏବଂ ଜଣେ ପୁରୁଷ ଯାତ୍ରୀ ଅଛନ୍ତି । ସେହିପରି ୧୧ ଗୁରୁତରଙ୍କ ମଧ୍ୟରୁ କିଛି ଜଣଙ୍କୁ କଟକ ଏସସିବି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ଲୋକ ତୁରନ୍ତ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଉଭୟ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ ଦୁଇ ଜଣ ଶିଶୁ ସୁରକ୍ଷିତ ହୋଇ ରହିଛନ୍ତି ।

 

Tags: