ଆଜି ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ
ଭୁବନେଶ୍ୱର: ଫେବୃଆରୀ ୨୨: ପଞ୍ଚାୟତ ନିର୍ବାଚନର ଆଜି ଚତୁର୍ଥ ଦିନ। ସକାଳ ୭ରୁ ଆରମ୍ଭ ହୋଇଛି ମତଦାନ। ମୋଟ ୨୭ ଜିଲ୍ଲାର ୬୪ ବ୍ଲକରେ ହେଉଛି ଭୋଟ୍।୧୬୩ଟି ଜିଲ୍ଲା ପରିଷଦ ଜୋନ୍, ୧୨୫୪ ପଞ୍ଚାୟତରେ ଚାଲିଛି ମତଦାନ । ସେଥି ମଧ୍ୟରୁ ୧୭,୦୮୯ ବୁଥରେ ମତଦାନ ହେଉଥିବାବେଳେ ୨୫୬୩ ବୁଥ୍ ରହିଛି ଉତ୍ତେଜନା ପ୍ରବଣ । ଏହି ସବୁ ବୁଥମାନଙ୍କରେ କଡା ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି । ତେବେ ଭୋଟ ସରିଯାଇଥିବା ଅଞ୍ଚଳ ଗୁଡିକରେ ବାଲାଟ […]
ଭୁବନେଶ୍ୱର: ଫେବୃଆରୀ ୨୨: ପଞ୍ଚାୟତ ନିର୍ବାଚନର ଆଜି ଚତୁର୍ଥ ଦିନ। ସକାଳ ୭ରୁ ଆରମ୍ଭ ହୋଇଛି ମତଦାନ। ମୋଟ ୨୭ ଜିଲ୍ଲାର ୬୪ ବ୍ଲକରେ ହେଉଛି ଭୋଟ୍।୧୬୩ଟି ଜିଲ୍ଲା ପରିଷଦ ଜୋନ୍, ୧୨୫୪ ପଞ୍ଚାୟତରେ ଚାଲିଛି ମତଦାନ । ସେଥି ମଧ୍ୟରୁ ୧୭,୦୮୯ ବୁଥରେ ମତଦାନ ହେଉଥିବାବେଳେ ୨୫୬୩ ବୁଥ୍ ରହିଛି ଉତ୍ତେଜନା ପ୍ରବଣ । ଏହି ସବୁ ବୁଥମାନଙ୍କରେ କଡା ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି । ତେବେ ଭୋଟ ସରିଯାଇଥିବା ଅଞ୍ଚଳ ଗୁଡିକରେ ବାଲାଟ ବକ୍ସଗୁଡିକୁ ଷ୍ଟ୍ରଙ୍ଗ ରୁମରେ ପୋଲିସମାନେ ପହରା ଦେଇଛନ୍ତି । ଯେଉଁସବୁ ଅଞ୍ଚଳରେ ସାନି ଭୋଟ ହେବାର ଥିଲା ସେ ସବୁ ଅଞ୍ଚଳରେ କାଲି ପୁନଃ ନିର୍ବାଚନ ହେବ । ତେବେ ଚତୁର୍ଥ ପର୍ଯ୍ୟାୟରେ ୫୧ଲକ୍ଷ ୩୧ ହଜାରରୁ ଅଧିକ ଭୋଟର ନିିଜର ମତଦାନ ସାବ୍ୟସ୍ତ କରିବେ ।




