ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ ୪୫ ଦିନିଆ ଟ୍ରାଫିକ୍‌ କଟକଣା

ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ ୪୫ ଦିନିଆ ଟ୍ରାଫିକ୍‌ କଟକଣା
Samaya Live News Picture
Published On

ଭୁବନେଶ୍ୱର: ଜୟଦେବ ବିହାର-ନନ୍ଦନକାନନ ରାସ୍ତା ଫ୍ଲାଏଓଭର ନିର୍ମାଣ ପାଇଁ ମୃତ୍ତିକା ପରୀକ୍ଷଣ କାର୍ଯ୍ୟ ଆରମ୍ଭ ହେବ । ଏଥିପାଇଁ କଳିଙ୍ଗ ଷ୍ଟାଡିୟମ ଗେଟ୍ ନଂ ୭ ଓ ୮, ପାଲହାଇଟ୍ସ ଛକ, କଳିଙ୍ଗ ହସ୍ପିଟାଲ ଛକ, ଡମଣା ଛକ ଓ କିଟ୍ ଛକକୁ ଚିହ୍ନଟ କରାଯାଇଛି । ଆସନ୍ତା ୬ ତାରିଖରୁ ସେପ୍ଟେମ୍ବର ୧୯ ତାରିଖ ଯାଏ ଏହି ମୃତ୍ତିକା ପରୀକ୍ଷଣ ଚାଲିବ । ଏହି ପରୀକ୍ଷଣ ପାଇଁ ରାସ୍ତାର କିଛି ଅଂଶ ଅବରୋଧ ହୋଇ ଟ୍ରାଫିକ୍ ଜାମ ହେବାର ଆଶଙ୍କା ରହିଛି । ଏହି ଦେଢ଼ମାସ ଯାଏ ସେହି ରାସ୍ତାରେ ନ ଯିବାକୁ ପୁଲିସ ଚେତାଇଛି । ବିଶେଷକରି ବେହେରା ସାହି ଛକ ଓ କିଟ୍ ଛକକୁ ଭିତରେ ହିଁ ଟ୍ରାଫିକ୍ ସମସ୍ୟା ଉପୁଜିବ । ଏଥିପାଇଁ ବକଳ୍ପ ରାସ୍ତାରେ ଯିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛି ପୁଲିସ ।

ଜୟଦେବ ବିହାର-ନନ୍ଦନକାନନ ରାସ୍ତାର ଭିଡ଼ କମ କରିବା ପାଇଁ  ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (BDA) ଗଡାକଣର ଗୁରୁ କେଳୁଚରଣ ପାର୍କ, ପଟିଆ ରେଳ ଷ୍ଟେସନକୁ ସଂଯୋଗ କରୁଥିବା ୪୫  ମିଟର ଚଉଡା ରାସ୍ତା ନିର୍ମାଣ ପାଇଁ ୭୭ କୋଟି ଟଙ୍କାର  ଟେଣ୍ଡର ଜାରି କରିଛି । ଆସନ୍ତା ୧୮ ମାସ ମଧ୍ୟରେ କାମ ସାରିବାକୁ ଲକ୍ଷ ରଖାଯାଇଛି ।

 

Tags: