ରାଜ୍ୟରେ ସକ୍ରିୟ ଅଛନ୍ତି ୪୦ ମାଓବାଦୀ - ମୁଖ୍ୟମନ୍ତ୍ରୀ

ରାଜ୍ୟରେ ସକ୍ରିୟ ଅଛନ୍ତି ୪୦ ମାଓବାଦୀ - ମୁଖ୍ୟମନ୍ତ୍ରୀ
Samaya Live News Picture
Published On

ଭୁବନେଶ୍ୱର : ରାଜ୍ୟରେ କେତେ ମାଓବାଦୀ ସକ୍ରିୟ ଅଛନ୍ତି ଆଜି ଏନେଇ ଗୃହରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଚାହଁନ୍ତି ବର୍ତ୍ତମାନ ରାଜ୍ୟରେ ୪୦ ଜଣ ମାଓବାଦୀ ସକ୍ରିୟ ଅଛନ୍ତି । କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର ଏବଂ ବରଗଡ଼ ଜିଲ୍ଲାର କିଛି ଅଞ୍ଚଳରେ ଛୋଟ ଛୋଟ ଦଳରେ ବିଭକ୍ତ ହୋଇ କାର୍ଯ୍ୟ କରୁଛନ୍ତି । ତେବେ ରାଜ୍ୟରେ ମାଓବାଦୀ ସମସ୍ୟା ଜନିତ ସ୍ଥିତିରେ କ୍ରମାଗତ ଭାବରେ ଉନ୍ନତି ପରିଲକ୍ଷିତ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ  । 

ସାଂପ୍ରତିକ ସ୍ଥିତିରେ କେନ୍ଦ୍ର ସରକାରଙ୍କ ସୁରକ୍ଷା ସମ୍ବନ୍ଧୀୟ ଖର୍ଚ୍ଚ ଯୋଜନା ଅନୁଯାୟୀ କେବଳ କନ୍ଧମାଳ ଜିଲ୍ଲାକୁ ବାମପନ୍ଥୀ ଉଗ୍ରବାଦୀ ପ୍ରଭାବିତ ଜିଲ୍ଲା ବର୍ଗରେ ରଖାଯାଇଛି । ଅନ୍ୟ ୮ଟି ଜିଲ୍ଲା ଯଥା :- ମାଲକାନଗିରି, କୋରାପୁଟ, ନୂଆପଡା, ନବରଙ୍ଗପୁର, କଳାହାଣ୍ଡି, ରାୟଗଡା, ବୌଦ୍ଧ ଏବଂ ବଲାଙ୍ଗିର ଜିଲ୍ଲାକୁ ଲିଗାସୀ ଏବଂ ଥ୍ରଷ୍ଟ ଜିଲ୍ଲା ବର୍ଗରେ ରଖାଯାଇଛି। ଏବେ ରାଜ୍ୟରେ ପ୍ରାୟ ୪୦ଜଣ ସକ୍ରିୟ ମାଓବାଦୀ କଳାହାଣ୍ଡି, ରାୟଗଡା, କନ୍ଧମାଳ, ବୌଦ୍ଧ, ବଲାଙ୍ଗିର ଏବଂ ବରଗଡ ଜିଲ୍ଲାର କିଛି ଅଞ୍ଚଳରେ ଛୋଟ ଛୋଟ ଦଳରେ ବିଭକ୍ତ ହୋଇ କାର୍ଯ୍ୟ କରୁଛନ୍ତି।

 

Tags: