ଥାଇଲାଣ୍ଡରେ ଫସିଲେ ୪ ଓଡ଼ିଆ ଶ୍ରମିକ

ଥାଇଲାଣ୍ଡରେ ଫସିଲେ ୪ ଓଡ଼ିଆ ଶ୍ରମିକ
Samaya Live News Picture
Published On
ଭୁବନେଶ୍ୱର :  ଦାଦନର ଦାରୁଣ ବ୍ୟଥା । ଥାଇଲାଣ୍ଡରେ ଫସିଛନ୍ତି ଚାରି ଓଡ଼ିଆ ଶ୍ରମିକ । ଚାରିମାସ ହେବ ମିଳୁନି ଦରମା । ଭୋକ ଉପବାସରେ କଟୁଛି ଜୀବନ । ପାଖରେ ନାହିଁ ପାସପୋର୍ଟ । ଟଙ୍କା ମାଗିଲେ ମାଲିକ ଦେଉଛି ହତ୍ୟା ଧମକ । ଘରକୁ ଫେରାଇ ଆଣିବାକୁ ଭିଡିଓ ବାର୍ତ୍ତା ମାଧ୍ୟମରେ ଓଡିଶା ସରକାରଙ୍କୁ କରିଛନ୍ତି ଆକୁଳ ନିବେଦନ । ଯୁବକମାନେ ହେଲେ ରାଜକନିକା ବ୍ଲକର ଗୋବକ୍ଷଙ୍ଗ ଗାଁର କ୍ଷୀରୋଦ ଦାସ, ପୋଇଝାରିଆ ଗାଁର ମନୋଜ ମଲିକ, ନହୁଣୀ ଗାଁ ର କୈଳାଶ ସେଠି, ଆଳିବ୍ଲକ ପଦନୀପାଳ ଗାଁର ନିତ୍ୟାନନ୍ଦ ମଳିକ ଏମାନଙ୍କ ସହ ଉତ୍ତର ପ୍ରଦେଶର ଜଣେ ଶ୍ରମିକ ମଧ୍ୟ ଥାଇଲାଣ୍ଡରେ ଫସିଛନ୍ତି ।
ସୂଚନାନୁସାରେ, କେନ୍ଦ୍ରାପଡ଼ା ରାଜକନିକା ଓ ଆଳି ବ୍ଲକର ଚାରି ଓଡ଼ିଆ ଶ୍ରମିକ ଥାଇଲାଣ୍ଡ କବିନ ବୁରୀର ସାନଭି ଭିନର ପ୍ଲାଇବୋର୍ଡ କମ୍ପାନୀରେ ବର୍ଷେରୁ ଅଧିକ ହେବ କାମ କରୁଛନ୍ତି । ଏମାନଙ୍କୁ କମ୍ପାନୀର ମାଲିକ ଟୁରିଷ୍ଟ ଭିସାରେ ଥାଇଲାଣ୍ଡ ନେଇଥିଲେ, ଏମାନେ ପ୍ରଥମେ ୯ ମାସ ହେବ ଠିକ ଭାବେ ଦରମା ଦେଉଥିଲେ । ହେଲେ ଏବେ ଚାରିମାସ ହେଲା ଦରମା ଦେଉ ନାହିଁ, ପାଖରେ ଖାଇବାକୁ ରାସନ ନାହିଁ, ଓଳିଏ ଖାଇଲେ ଓଳିଏ ଉପବାସ, କୈଳାଶ ମଳିକଙ୍କ ହାତ ଗୋଡ଼ ଫୁଲିବା ସହ ଦେହ ଅସୁସ୍ଥ ଥିଲେ ବି ଚିକିତ୍ସା ଯୋଗାଇ ନାହିଁ । ଏପରିକି କାମକୁ ନ ଗଲେ ପୁଲିସରେ ଧରାଇ ଦେବା ସହ କମ୍ପାନୀର ମାଲିକ  ହତ୍ୟା ଧମକ ଦେଉଥିବା ଅଭିଯୋଗ କରିଛନ୍ତି ଶ୍ରମିକ ।
 
 
 
 
 
Tags: