୪ ଆଇଏଏସ ଙ୍କୁ ବାତ୍ୟା ପ୍ରଭାବିତ ୩ ଜିଲ୍ଲା ର ଦାୟିତ୍ୱ
ଭୁବନେଶ୍ୱର : ୩ ଜିଲ୍ଲାର ବନ୍ୟା କ୍ଷୟକ୍ଷତିର ହେବ ଆକଳନ। ବାତ୍ୟା ପ୍ରଭାବିତ ୩ଟି ଜିଲ୍ଲା ପାଇଁ ୪ ଆଇଏଏସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲା ପାଇଁ ଦାୟିତ୍ୱ ନ୍ୟସ୍ତ ଥିବା ଆଇଏଏସ ଅଧିକାରୀଙ୍କୁ SRCଙ୍କ ଭଳି ଅତିରିକ୍ତ କ୍ଷମତା ପ୍ରଦାନ କରାଯିବ। ପ୍ରଭାବିତ ଅଞ୍ଚଳ ଗସ୍ତ କରି ସେଠାରେ ଭିତ୍ତିଭୂମି ପ୍ରକ୍ରିୟା ତ୍ୱରାନ୍ୱିତ କାର୍ଯ୍ୟରେ ସହଯୋଗ କରିବେ । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସମ୍ପୃକ୍ତ ଅଧିକାରୀମାନେ ସେଠାରେ ୨ମାସ କିମ୍ବା କାମ ସରିବା ଯାଏଁ ସେଠାରେ ରହିବେ । ପ୍ୟାକେଜ ପ୍ରଦାନ,ପୁନରୁଦ୍ଧାର କାମ ଓ କ୍ଷୟକ୍ଷତି ଆକଳନ ସ୍ଥିତି ଦେଖିବା ସହ ସ୍ଥିତି ଦେଖି ନିଷ୍ପତ୍ତି ନେଇ ପାରିବେ ।
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ପାଇଁ ଦୁଇ ଜଣ IAS ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବ। ସେହିପରି ଗଜପତି ଓ କନ୍ଧମାଳ ଜିଲ୍ଲା ପାଇଁ ଜଣେ ଲେଖାଏଁ IAS ଅଧିକାରୀ ନିୟୋଜିତ ହେବେ। ଏହି ଚାରି ଅଧିକାରୀ ନିଜ ନିଜ ଦାୟିତ୍ୱରେ ଥିବା ଜିଲ୍ଲାକୁ ଗସ୍ତ କରି ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବେ ।
ଗଞ୍ଜାମ ପାଇଁ ଅଜିତ କୁମାର ଓ ତେଜସ୍ୱିନୀ ବେହେରାଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି କନ୍ଧମାଳ ପାଇଁ ଶିବ ମାଲଭ୍ୟା ଓ ଗଜପତି ପାଇଁ ଡକ୍ଟର ରୀନା ପ୍ରଧାନଙ୍କୁ ଦାୟିତ୍ୱ ଦିଆଯାଇଛି ।
ବିଶେଷକରି ଅର୍ଣ୍ଣବ ପରେ ଆସିଥିବା ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଘରଦ୍ୱାର, ରାସ୍ତାଘାଟ, ଚାଷଜମି ଓ ଅନ୍ୟାନ୍ୟ ସମ୍ପତ୍ତିର କ୍ଷୟକ୍ଷତି ସମ୍ପର୍କରେ ଆକଳନ କରାଯିବ। କାମ ସରିବା ପର୍ଯ୍ୟନ୍ତ ସମ୍ପୃକ୍ତ ଜିଲାରେ ରହିବେ. କ୍ଷୟ କ୍ଷତି ଅକାଳନ ରେ ସହଯୋଗ କରିବେ, ପ୍ରଭାବିତ ଲୋକମାନଙ୍କ ପାଖାରେ ପ୍ୟାକେଜ ପଂହଁଚାଇବେ, ଭିତ୍ତି ଭୂମି ଗୁଡିକ ମରାମତି କରିବାରେ ସହଯୋଗ କରିବେ ।




