ମାଲକାନଗିରିରେ ୪ଦିନ ସ୍କୁଲ ଛୁଟି ଘୋଷଣା

ପୁରୀରେ ମଧ୍ୟ ୩ ଦିନ ସ୍କୁଲ ଛୁଟି ଘୋଷଣା

ମାଲକାନଗିରିରେ ୪ଦିନ ସ୍କୁଲ ଛୁଟି ଘୋଷଣା
Samaya Live News Picture
Published On

ଭୁବନେଶ୍ୱର : ରାଜ୍ୟରେ ପ୍ରଚଣ୍ଡ ଗରମ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ମାଲକାନଗିରିରେ ୪ଦିନ ସ୍କୁଲ ଛୁଟି ଘୋଷଣା । ୨୨ରୁ ୨୫ତାରିଖ ଯାଏଁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲା ପ୍ରଶାସନ । ବାଲବାଟିକା ଠାରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସମସ୍ତ ଅଙ୍ଗନବାଡି ,ସରକାରୀ ,ବେସରକାରୀ ସ୍କୁଲ କଲେଜ ଛୁଟି ଘୋଷଣା କରାଯାଇଛି । ତେବେ ୫ମ ଏବଂ ୮ମ ଶ୍ରେଣୀର ସପ୍ଲିମେଣ୍ଟାରୀ ପରୀକ୍ଷା ଚାଲୁ ରହିବ । ସେହିପରି ନାମଲେଖା ଚାଲିଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ନିୟମିତ ହିସାବରେ ସ୍କୁଲ ଆସିବେ ବୋଲି ନିର୍ଦେଶ ରହିଛି । 

ଅନ୍ୟପଟେ , ପୁରୀରେ ମଧ୍ୟ ୩ ଦିନ ସ୍କୁଲ ଛୁଟି ଘୋଷଣା ହୋଇଛି । ପ୍ରବଳ ଖରାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ୨୧, ୨୨ ଓ ୨୩ ତାରିଖ ଜିଲ୍ଲାର ସବୁ ସ୍କୁଲ ଛୁଟି । ଶିଶୁବାଟିକାଠାରୁ ଦ୍ବାଦଶ ଶ୍ରେଣୀ ଯାଏ ଛୁଟି । ପୂର୍ବ ନିର୍ଦ୍ଧାରିତ ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପରୀକ୍ଷା ଅନୁଷ୍ଠିତ ହେବ । ଭୟଙ୍କର ହିଟ୍ ୱେଭକୁ ଦେଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାପାଳଙ୍କ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ପରିସ୍ଥିତିକୁ ନଜରରେ ରଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ତେବେ ପୂର୍ବରୁ ଧାର୍ଯ୍ୟ ହୋଇଥିବା ପରୀକ୍ଷା ଜାରି ରହିବ । ଏଥିସହ ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟ ଓ ଜନଗଣନା କାର୍ଯ୍ୟରେ ସାମିଲ ହେବେ।

 

 

Tags: