ପିଏମଶ୍ରୀ ସ୍କୁଲର ୩୫ ଛାତ୍ରଛାତ୍ରୀ ଅସୁସ୍ଥ

ପିଏମଶ୍ରୀ ସ୍କୁଲର ୩୫ ଛାତ୍ରଛାତ୍ରୀ ଅସୁସ୍ଥ

ବୈପାରୀଗୁଡ଼ା : ରାତ୍ରି ଭୋଜନ ଖାଇ ପିଏମଶ୍ରୀ ସ୍କୁଲର ୩୫ ଛାତ୍ରଛାତ୍ରୀ ଅସୁସ୍ଥ। କୋରାପୁଟ ବୈପାରୀଗୁଡ଼ା ଶିରିବେଡ଼ା ପିଏମଶ୍ରୀ ବିଦ୍ୟାଳୟର ତୃତୀୟ ଶ୍ରେଣୀରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ ରାତିରେ ଭାତ-ଡାଲମା ଖାଇ ଅସୁସ୍ଥ ହୋଇପଡିଥିଲେ । ସମସ୍ତ ଛାତ୍ରଛାତ୍ରୀଙ୍କୁ ବୈପାରୀଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । 

Read More ନାଳରେ ପଡି ନାବାଳିକାଙ୍କ ମୃତ୍ୟୁ,ହତ୍ୟା ଅଭିଯୋଗ ଆଣିଲେ ସମ୍ପର୍କୀୟ

ସୂଚନାନୁସାରେ,ଗତକାଲି ରାତିରେ ବୈପାରୀଗୁଡ଼ା ବ୍ଲକର ଶିରିବେଡ଼ା ସ୍ଥିତ ପିଏମଶ୍ରୀ ପ୍ରାଥମିକ ସ୍କୁଲ ହଷ୍ଟେଲ ପିଲାମାନେ ରାତ୍ରି ଭୋଜନ ପରେ ହଠାତ ଅସୁସ୍ଥ ହୋଇପଡିଥିଲେ I ଘଟଣା ଜଣାପଡିବା ପରେ  ପ୍ରଧାନ ଶିକ୍ଷକ କୁଳମଣି ଜେନା ତୁରନ୍ତ ପିଲାମାନଙ୍କୁ ବୈପାରୀଗୁଡ଼ା ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଏବେ ସେମାନଙ୍କର ଚିକିତ୍ସା ଚାଲିଛି। ବର୍ତ୍ତମାନ ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ନେଇ ହସପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । ବୈପାରୀଗୁଡ଼ା ଏବଂ ରାମଗିରି ଡାକ୍ତରୀ ଦଳ ଶିରିବେଡା ପିଏମଶ୍ରୀ ବିଦ୍ୟାଳୟର ହଷ୍ଟେଲରେ ପହଞ୍ଚି ବାକି ୬ ଜଣ ପିଲାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଛନ୍ତି। ଏସଂପର୍କରେ ଡାକ୍ତରଙ୍କୁ ପଚାରିବାରୁ ପରୀକ୍ଷା ପରେ ହିଁ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି କହିଛନ୍ତି  । 

Read More   ରମାଦେବୀ

 

Read More ଜାରି ରହିଛି ଇଣ୍ଡିଗୋ ବିମାନ ଉଡାଣ ବିଭ୍ରାଟ

Tags: