ଦେଶର ୩୩ ଆଇପିଏସ ଡିଜି ପାହ୍ୟା ପାଇଁ ମନୋନୀତ

ଓଡିଶାରୁ ସୁଧାଂଶୁ ଷଡ଼ଙ୍ଗୀ ଏବଂ ପଦ୍ମାକର ଏସ. ରଣପିସେ

ଦେଶର ୩୩ ଆଇପିଏସ ଡିଜି ପାହ୍ୟା ପାଇଁ ମନୋନୀତ
Samaya Live News Picture
Published On

ଭୁବନେଶ୍ୱର:  ଡିଜି ପଦବୀ ପାଇଁ ଦେଶର ୩୩ ବରିଷ୍ଠ ଆଇପିଏସ ମନୋନୀତ । କ୍ୟାବିନେଟ୍ ନିଯୁକ୍ତି କମିଟି ପକ୍ଷରୁ ମିଳିଛି ମଞ୍ଜୁରୀ। ଡିଜି ପାହ୍ୟାକୁ ଗଲେ ଓଡ଼ିଶା କ୍ୟାଡରର ୨ ବରିଷ୍ଠ ଆଇପିଏସ୍। IPS ସୁଧାଂଶୁ ଷଡ଼ଙ୍ଗୀ ଓ ପଦ୍ମାକର ଏସ୍ ରଣପିସେ ମନୋନୀତ ହୋଇଛନ୍ତି । ୧୯୯୦ ବ୍ୟାଚର ହେଉଛନ୍ତି ସୁଧାଂଶୁ ଷଡ଼ଙ୍ଗୀ। ସେହିପରି ୧୯୯୫ ବ୍ୟାଚର ହେଉଛନ୍ତି ପଦ୍ମାକର ଏସ୍ ରାଣିପସେ। 

କେନ୍ଦ୍ର ସରକାରଙ୍କ ଉଚ୍ଚସ୍ତରୀୟ ନିଯୁକ୍ତି କମିଟି ‘ଆପଏଣ୍ଟମେଣ୍ଟସ୍ କମିଟି ଅଫ୍ ଦ କ୍ୟାବିନେଟ୍’ (ଏସିସି) ଦେଶର ୩୩ ଜଣ ବରିଷ୍ଠ ଭାରତୀୟ ପୁଲିସ ସେବା (ଆଇପିଏସ୍) ଅଧିକାରୀଙ୍କୁ ଡାଇରେକ୍ଟର ଜେନେରାଲ୍ (ଡିଜି) ଓ ଡିଜି ସମକକ୍ଷ ପଦବୀ ପାଇଁ ଏମ୍ପାନେଲ୍ କରିଛନ୍ତି। 

ଡ. ସୁଧାଂଶୁ ଷଡ଼ଙ୍ଗୀ ହେଉଛନ୍ତି ୧୯୯୦ ବ୍ୟାଚର ଓଡ଼ିଶା କ୍ୟାଡର ଅଧିକାରୀ ।  ବର୍ତ୍ତମାନ ସେ ଓଡ଼ିଶାରେ ଅଗ୍ନିଶମ ଏଡିଜି ଭାବରେ ଦାୟିତ୍ୱ ତୁଲାଉଛନ୍ତି  ଏବଂ ୧୯୯୫ ବ୍ୟାଚ୍ର ପଦ୍ମାକର ଏସ୍ ରଣପିସେ ବର୍ତ୍ତମାନ ସିଆଇଏସଏଫ ଏଡିଜି ଭାବରେ ଦାୟିତ୍ୱ ତୁଲାଉଛନ୍ତି । ଏହି ଏମ୍ପାନେଲମେଣ୍ଟ ପରେ ଉଭୟ ଅଧିକାରୀ କେନ୍ଦ୍ର ସରକାରଙ୍କ ଅଧୀନରେ ଡିଜି ସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତି ପାଇବାକୁ ଯୋଗ୍ୟ ବିବେଚିତ ହେବାକୁ ଯାଉଛନ୍ତି । 

ଏହା ମାଧ୍ୟମରେ ସିଆରପିଏଫ୍, ବିଏସଏଫ୍, ସିଆଇଏସଏଫ୍, ଆଇଟିବିପି ସମେତ ବିଭିନ୍ନ କେନ୍ଦ୍ରୀୟ ସୁରକ୍ଷା ଓ ଗୁଇନ୍ଦା ସଂସ୍ଥାରେ ଉଚ୍ଚପଦବୀରେ କାର୍ଯ୍ୟ କରିବାର ସୁଯୋଗ ମିଳିଥାଏ। ଓଡ଼ିଶା କ୍ୟାଡରର ଏହି ଦୁଇ ଅଧିକାରୀଙ୍କ ଚୟନ ରାଜ୍ୟ ପୁଲିସ ବ୍ୟବସ୍ଥା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହୋଇଛି ।

 

Tags: